
ମାଲକାନଗିରି,ମାଲକାନଗିରି ପୋଲିସ ପ୍ରଶାସନ ଓ ସିଭିଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଆଜି ଏକ ଦିନିକିଆ ସଚେତନ ଓ ଆଭିମୁଖ୍ୟକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନୀତିଶ ୱାଧବାନି ଯୋଗଦେଇ ଅଂଶଗ୍ରହଣକାରି ମାନଙ୍କୁ କଠିନ ପରିଶ୍ରମ କରି ଜୀବନର ଲକ୍ଷ୍ୟ ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିବା ସହ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଆଇଟିଡିଏ ପ୍ରଶାସକ ତ୍ରିନାଥ ମାଝୀ ନିଜର ଉଦାହରଣ ଉପସ୍ଥାପନ କରି ପିଲାଙ୍କୁ କଠିନ ପରିଶ୍ରମ ପୂର୍ବକ ନିଜର ଲକ୍ଷ୍ୟ ସ୍ଥଳରେ ପହଁଚିବା ପାଇଁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକ ଶିକ୍ଷା ଓ କର୍ମ ଚୟନ ଉପରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ପୋଲିସ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତି ହୋଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବାର ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲାର ସାତଟି ବ୍ଲକରୁ ପ୍ରାୟ ଚାରି ଶହରୁ ଉର୍ଦ୍ଧ୍ବ ଯୁବକ ଓ ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ। ଦୁଇଟି ପ୍ରକୋଷ୍ଠରେ ସାଧନ କର୍ମୀ ଭାବେ ରବିନ୍ଦ୍ର କୁମାର ମହାରଣା, ସୀମାଞ୍ଚଳ ପଣ୍ଡା, ଈଶ୍ଵର ରାଓ, ବିପ୍ଳବ ଦେବନାଥ, ରାମପ୍ରସାଦ ପାଢ଼ୀ, ବିଜୟ ମିସ୍ତ୍ରୀ ଓ ଡିଆରସିସି ରାଖେଲ ଦେଵବ୍ରତ ମହାରଣା ପ୍ରମୁଖ ଶଇଖିକ କୌଶଳ ଯୋଗାଇ ଦେଇଥିଲେ। ଏହିଭଳି ମହାନ କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି।
ଇଂଜିନିୟରିଂ ସ୍କୁଲର କୌଶିକ ଓ ଅଣ କୌଶିକି କର୍ମଚାରୀ ମାନେ ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ। ତଫସିଲଭୁକ୍ତ ଜାତି, ଜନଜାତି, ପଛୁଆବର୍ଗ ତଥା ସାମାଜିକ ଓ ଆର୍ଥିକ ଅନଗ୍ରସର ଯୁବପିଢ଼ି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ରବିନ୍ଦ୍ର ମହାରଣା କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।