କେନ୍ଦ୍ରାପଡ଼ା – ମୋଟର ସାଇକେଲ୍ ଚଳାଇ ଯାଉଥିବା ସମୟରେ ଜଣେ ଯୁବକଙ୍କ ପକେଟ୍ରେ ମୋବାଇଲ୍ଟି ଫାଟିଯିବାରୁ ଯୁବକ ଜଣକ ଗୁରୁତରଭାବେ ଆହତ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଆଳି ମହାଦେଇ ପାଟଣା ଗ୍ରାମର ଜିତେନ୍ଦ୍ର ସେଠୀ କୌଣସି କାମରେ ନିଜ ବାଇକ୍ରେ ଯାଉଥିବାବେଳେ କେନ୍ଦ୍ରାପଡା ବ୍ଲକ ଅଧିନ ଗରାପୁର ଛକଠାରେ ତାଙ୍କ ପକେଟ୍ରେ ଥିବା ମୋବାଇଲ୍ଟି ଅଚାନକ ଫାଟିଯିବାରୁ ସେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।
Related Stories
November 23, 2024