ଭୁବନେଶ୍ୱର,ସୂର୍ଯ୍ୟୋଦୟ ଫାଉଣ୍ଡେସନ ଭାରତବର୍ଷର ଏକ ସୁପ୍ରସିଦ୍ଧ ସାମାଜିକ ସେବା ଅନୁଷ୍ଠାନ l ସ୍ବାସ୍ଥ୍ୟ, ଶିକ୍ଷା, ଯୁବକଙ୍କୁ ରୋଜଗାର, ଦାରିଦ୍ର୍ୟ ଦୂରୀକରଣ ତଥା ମହିଳା ସଶକ୍ତିକରଣ ଆଦି, ଅନେକ କାର୍ଯ୍ୟ ବହୁ ବର୍ଷ ଧରି କରିଆସୁଛି l ସମାଜ ରେ ସମସ୍ତେ ରୋଜଗାରକ୍ଷମ ହେlଇ ସ୍ବାବଲମ୍ବୀ ହେବା ସହିତ ଉତ୍ତମ ଜୀବନ ଯାପନ କରିବା ଲକ୍ଷ୍ୟରେ ଫାଉଣ୍ଡେସନ ଅନେକ କାର୍ଯ୍ୟ କରିଆସୁଛି l ଏହି ଅନୁଷ୍ଠାନର ସଭାପତି ତଥା ଭାରତବର୍ଷର ସ୍ବନାମଧନ୍ୟ ଗାୟିକା ପଦ୍ମଶ୍ରୀ ଅନୁରାଧା ପୌଡୱାଲ, ଭୁନେଶ୍ବରରେ, ଏକ ସାମ୍ବାଦିକ ସମ୍ମିଳନୀରେ ଏକ ନୂଆ କଲ୍ୟାଣକାରି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ….. ସୂର୍ଯ୍ୟୋଦୟ ଫାଉଣ୍ଡେସନ ଏକ ମିଳିତ ଉଦ୍ୟମରେ ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆ ସହିତ ମିଳିତ ଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟlଙ୍ଗ ବ୍ୟକ୍ତି ମାନଙ୍କୁ ମାଗଣାରେ ଶ୍ରବଣ ଯନ୍ତ୍ର ଯୋଗାଇବା ସହିତ ଚିକିତ୍ସା ମଧ୍ୟ କରିବାକୁ ଯାଉଛି l ୱାଇଡେକ୍ସ ଇଣ୍ଡିଆ ଓ ସିଭୋନ୍ତୋସ ଇଣ୍ଡିଆ, ବିଶ୍ୱରେ ସୁନାମ ଅର୍ଜନ କରିଥିବା ଶ୍ରବଣ ଯନ୍ତ୍ର ନିର୍ମାଣ କରୁଥିବା, ଭାରତର ଏକ ବିଶ୍ୱସନୀୟ ଅନୁଷ୍ଠାନ l ଓଡ଼ିଶାର ଅନୁନ୍ନତ, ଆଦିବାସୀ ବହୁଳ ଏବଂ ଉପାନ୍ତ ଅଞ୍ଚଳରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ l ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଶ୍ରୀ ଗୌରବ ରାଲହନ , ଓଡ଼ିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସମାଜସେବୀ ଶ୍ରୀ ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ଶ୍ରୀ ପ୍ରସନ୍ନ ବିଶୋଇ,ସୁନାମଧନ୍ୟ କେଶ ପ୍ରତିରୋପଣ ଡାକ୍ତର ପ୍ରଦୀପ ସେଠୀ, ୱାଇଡେକ୍ସ ଇଣ୍ଡିଆର ପ୍ରଜ୍ଞା ଜୈନ, ଏବଂ ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ l ସର୍ବ ପ୍ରଥମେ ଏହି ଶ୍ରବଣ ଯନ୍ତ୍ର ବଣ୍ଟନ ଓ ଚିକିତ୍ସା କାର୍ଯକ୍ରମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୁଣ୍ୟଭୂମି, ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ ହେବ l ପରବର୍ତ୍ତୀ ସମୟରେ ଏହା ମୟୂରଭଞ୍ଜ, କେନ୍ଦୁଝର, କଟକ, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାର, ବିଭିନ୍ନ ଅଞ୍ଚଳରେ ପ୍ରଦାନ କରିବା ନିମନ୍ତେ ଏହି ସାମ୍ବାଦିକ ସମ୍ମଳନୀରେ ଶ୍ରୀମତୀ ପୌଡୁଆଲ ଘୋଷଣା କରିଥିଲେ l
Related Stories
November 23, 2024