ଭୁବନେଶ୍ୱର, ଭୁବନେଶ୍ୱରର ଏକ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ପିଟିପିଟି ଦରମରା କରିବା ପରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ସର୍ବେଶ୍ୱର ବେହେରା ନାମକ ବ୍ୟକ୍ତିଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗତ ୨୯ ତାରିଖରେ ଗୁରୁତର ଅବସ୍ଥାରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ଏହି ଘଟଣାରେ ପୁଲିସ ଅଟକ ରଖିଥିବା ସାଇକୃପା ନିଶା ନିବାରଣ କେନ୍ଦ୍ର ମାଲିକ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କେନ୍ଦ୍ରର ମାଲିକ ୟୁନିଟ୍-୩ ଅଂଚଳର ଅନିରୁଦ୍ଧ ରାୟ(୩୦), କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ଅଙ୍କିତ ରାଉତ ଓରଫ ପପୁନି(୨୫) ଏବଂ ବାଲେଶ୍ୱର ସିମୁଳିଆ ଅଂଚଳର ଅନ୍ତର୍ଯ୍ୟାମୀ ମିଶ୍ର ଓରଫ ଅନ୍ତରା(୨୫) । ପୁଲିସ ସେମାନଙ୍କଠାରୁ ଗୋଟିଏ କାଠ ଫାଳିଆ, ପ୍ଲାଷ୍ଟିକ୍ ପାଇପ ଜବତ କରିଛି ।
ପ୍ରକାଶ ଥାଉ କି, ସର୍ବେଶ୍ୱରଙ୍କ ନିଶା ଛଡ଼ାଇବା ପାଇଁ ପରିବାର ଲୋକ ମେଂଚଶ୍ୱର ଥାନା ଅନ୍ତର୍ଗତ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ ।