ଭୁବନେଶ୍ୱର, ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ।
ସେ କହିଛନ୍ତି ଯେ ସେ ଗୋପାଳର ସୁରକ୍ଷା ନେଇ ବହୁତ ଚିନ୍ତିତ । -ଗୋପାଳଙ୍କୁ ନେଇ କେଉଁ ଅବସ୍ଥାରେ କଣ କରାଯାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ପୋଲିସ ଉପରେ ତାଙ୍କର ଭରସା ନାହିଁ, । ଗୋପାଳକୁ କେନ୍ଦ୍ରୀୟ ସୁରକ୍ଷା ଦିଆଯାଉ । ଗୋପାଳର କିଛି କ୍ଷତି ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି . ସେ ଆହୁରି କହିଛନ୍ତିଯେ ସରକାର ଅବିଳମ୍ବେ ସିବିଆଇ ତଦନ୍ତ ପାଇଁ ସୁପାରିସ କରନ୍ତୁ ।