
ଭୁବନେଶ୍ୱର – ସମ୍ପ୍ରତି ରାଜ୍ୟରେ ତଥା ଦେଶରେ ବଢୁଥିବା ନାରୀ ମାନଙ୍କ ପ୍ରତି ନିର୍ଯାତନା ଆଜି ଚରମ ସୀମାରେ ପହଂଚିଛି । ଡ଼ଃ ପ୍ରିୟଙ୍କା ରେଡ୍ଡି ଘଟଣା ହେଉ କିମ୍ବା ରାଜ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକା, ପୁରୀ କିମ୍ବା ଏହିଭଳି ବିଭିନ୍ନ ଘଟଣା ରାଜ୍ୟରେ ନାରୀମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଏହି ପରିପେକ୍ଷିରେ ରାଜ୍ୟର ରକ୍ଷକ ପୋଲିସ ଯେଉଁଭଳି କାର୍ଯ୍ୟାନୁÂାନ ନନେବା କିମ୍ବା ନିଜେ ରକ୍ଷକ ହୋଇ ଭକ୍ଷକ ସାଜିବା ଘଟଣା ଏକ ସାଧାରଣ ଜନତା ମନରେ ଏ ସରକାର ନାରୀ ସୁରକ୍ଷାରେ କେତେ ବିଫଳ ଏହା ସ୍ପÂ ବାରି ହୋଇପଡୁଛି ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଦାୟୀତ୍ୱବାନ ଛାତ୍ର ସଂଗଠନ ହିସାବରେ ନାରୀ ମାନଙ୍କ ବିରୁଦ୍ଧରେ ଏଭଳି ହେଉଥିବା ନିର୍ଯାତନା କିମ୍ବା ହିଂସା କୁ ଆଦୈା ସହ୍ୟ ନକରି ତା ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁÂାନ ନେବା ପାଇଁ ସରକାରଙ୍କ ପାଖରେ ଦାବୀ ରଖୁଛି । ଆସନ୍ତା ଡିସେମ୍ବର ୭ ତାରିଖ ଦିନ ଲୋୟର ପି.ଏମ୍.ଜି ଠାରେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଆନେ୍ଦାଳନ କରିବେ ବୋଲି ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ।