ଗଞ୍ଜାମ,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବୁଗୁଡ଼ା ବନାଚଂଳରେ କୃଷ୍ଣସାର ମୃଗ ଗଣନା ଶେଷ ହୋଇଛି । ବନାଚଂଳରେ ମୋଟ୍ ୨୨୧୨ଟି କୃଷ୍ଣସାର ମୃଗ ଥିବା ଜଣାପଡିଛି । ସେଥିମଧ୍ୟରୁ ୫୨୪ ଟି ଅଣ୍ଡିରା, ୧୩୩ଟି ମାଈ ଓ ୫୩୨ ଟି ଛୁଆ ରହିଛନ୍ତି ।
ପ୍ରତି ୨ ବର୍ଷରେ ଥରେ ଏହି ଗଣନା କରାଯାଉଥିବା ବେଳେ ୨୦୨୧ ରେ କୃଷ୍ଣସାର ମୃଗ ସଂଖ୍ୟା ୨୨୨୬ ଥିଲା । ଚଳିତ ବର୍ଷ ଏହି ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି । ଏହି ଗଣନା ପାଇଁ ୨୮ଟି ୟୁନିଟ୍ ଗଠିତ ହୋଇଥିବା ବେଳେ ୭୫ ଜଣ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ।