କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଦିପାଂଚଳ ଗ୍ରାମ ପଦନି ପାଳ, ଭୁଇଁପୁର, ଦୈତାରୀପୁର ପ୍ରଭୃତି ଗ୍ରାମକୁ ଯାତାୟତର ପଥ ସଂଯୋଗ କରିବା ପାଇଁ ଖରସ୍ରୋତା ନଦୀ ଉପରେ ଏକ ସେତୁ ନିର୍ମାଣ କରାଯିବ । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ବୁଧୁବାର ଅପରାହ୍ନ ସଂପୃକ୍ତ ଦ୍ୱିପାଂଚଳକୁ ଯାଇ ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଏହି ଗ୍ରାମାଂଚଳକୁ ସଡ଼କ ପଥଟିଏ ନଥିବାରୁ ଗ୍ରାମବାସୀମାନେ ଡଙ୍ଗାରେ ପାରି ହୋଇ ବାହାର ଦୁନିଆ ସହ ଯୋଗାଯୋଗ କରିଥାନ୍ତି । ୩୬୫ ଦିନ ଏହି ଗ୍ରାମ ପଂଚାୟତରେ ରହୁଥିବା ପ୍ରାୟ ୫ ହଜାରରୁ ଉଦ୍ଧ୍ୱର୍ ନାଗରିକ ଜଳବନ୍ଦି ଅବସ୍ଥାରେ ରହିଆସୁଛନ୍ତି । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ସେଠାରେ ପହଁଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତା ଦୃଷ୍ଟିରୁ ଖୁବ୍ଶୀଘ୍ର ଏହି ଖରସ୍ରୋତା ନଦୀ ଉପରେ ଏକ ସେତୁ ନିର୍ମାଣ କରାଯାଇ ଅପର ପାଶ୍ୱର୍କୁ ଯୋଗାଯୋଗର ସୁବିଧା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଜିଲ୍ଲାପାଳ ସେଠାରେ ପହଂଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମବାସୀମାନେ ତାଙ୍କୁ ପାଛୋଟି ନେଇ ଘଟଣାସ୍ଥଳ ପରିଦର୍ଶନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ତହସିଲଦାର ଜୟନ୍ତ ପୃଷ୍ଟି ଓ ଜଳସଂପଦ ବିଭାଗର ନିର୍ବାହୀଯନ୍ତ୍ରୀ ଓ ସ୍ଥାନୀୟ ସରପଂଚ ରାକେଶ ରୋସନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024