
ନୂଆଦିଲ୍ଲୀ,କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ ତାଙ୍କର ବଜେଟ ଅଭିଭାଷଣରେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ସଠିକ ରାସ୍ତାରେ ଯାଉଛି । ଭାରତୀୟ ଅର୍ଥନୀତିର ଭବିଷ୍ୟତ ଉଜ୍ୱଳ । ବର୍ତମାନ ଆର୍ଥିକ ବର୍ଷରେ ଆମର ଅର୍ଥନୀତିର ବୃଦ୍ଧି ଦର 7 ପ୍ରତିଶତ ରହିବାର ଅନୁମାନ କରାଯାଉଛି ।
ସୀତାରମଣ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଆମେ 28 ମାସ ଯାଏ ଦେଶର 80 କୋଟିରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ନିଶୁଳ୍କ ଖାଦ୍ୟ ଯୋଗାଣ କରିବା ଓ କେହି ଯେପରି ଭୋକରେ ନ ରହିବେ ତାହା ସୁନିଶ୍ଚିତ କରିଥିଲେ । ଏହି ଯୋଜନାରେ 2 ଲକ୍ଷ କୋଟି ଟଙ୍କା ଭାର କେନ୍ଦ୍ର ସରକାର ବହନ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ 2024 ମସିହାର ପର ଠାରୁ ସରକାର ସମସ୍ତ ନାଗରିକଙ୍କ ଜୀବନର ଗୁଣବତ୍ତାରେ ସୁଧାର ଓ ଗରିମାପୂର୍ଣ ଜୀବନକୁ ସୁନିଶ୍ଚିତ କରିଛନ୍ତି । ଗତ 9 ବର୍ଷରେ ଭାରତୀୟ ଅର୍ଥନୀତି ବିଶ୍ୱର ପଂଚମ ସବୁ ଠାରୁ ବଜ ଅର୍ଥନୀତିରେ ପରିଣତ ହୋଇଛି ।