
ନୂଆଦିଲ୍ଲୀ, କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ ତାଙ୍କର ବଜେଟ ଅଭିଭାଷଣରେ କହିଛନ୍ତି ଯେ ବଜେଟରେ ସାତ ପ୍ରାଥମିକତା ସପ୍ତର୍ଷି ଅବଧାରଣା ଉପରେ ଆଧାରିତ ।
ଏଥିରେ ସମାବେଶୀ ବୃଦ୍ଧି, ସବୁଜ ବିକାଶ, ଯୁବ ଶକ୍ତି, ବିତୀୟ କ୍ଷେତ୍ର, ଅନ୍ତିମ ସୀମା ଯାଏ ପହଂଚିବା, ମୌଳିକ ଭିତିଭୂମିର ବିକାଶ ଓ କ୍ଷମତାର ସମ୍ପୂର୍ଣ ବ୍ୟବହାର ସାମିଲ ରହିଛି ।
ସେ କହିଛନ୍ତି ଯେ କୃଷି କ୍ଷେତ୍ରକୁ ଗତି ଦେବା ପାଇଁ ଅଲଗା କୋଷ ତିଆରି କରାଯିବ । ନୂଆ ଟେକ୍ନୋଲଜୀ ଉପରେ ଗୁରୁତ୍ୱ ଦିଆଯିବ । ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ତେଣୁ ଏହାକୁ ପ୍ରୋତ୍ସାହନ ଦେବା ପାଇଁ ମିଶନ ମୋଡରେ ସାର୍ବଜନୀନ ଓ ଘରୋଇ ଭାଗିଦାରୀରେ କାମ କରାଯିବ ।