
ନୂଆଦିଲ୍ଲୀ,ଭାରତୀୟ ରେଳବାଇକୁ ସାଧାରଣ ବଜେଟ 2023-24ରେ 2.40 ଲକ୍ଷ କୋଟି ଟଙ୍କାର ଆବଂଟନ କରାଯାଇଛି । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ବଜେଟ ଆଗତ କଲା ବେଳେ ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ରେଳବାଇ ପାଇଁ ଏହା ବର୍ତମାନ ଯାଏ ଏହା ସବୁଠାରୁ ଅଧିକ ଆବଂଟନ ଅଟେ । ଏହା 2013-14 ରେ ରେଳବାଇକୁ ପ୍ରଦାନ କରାଯାଇଥିବା ରାଶିର ପାଖାପାଖି 9 ଗୁଣ ଅଟେ ।