
ନୂଆଦିଲ୍ଲୀ,କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କୃଷି ସହିତ ଜଡିତ ଷ୍ଟାର୍ଟ ଅପକୁ ଅଗ୍ରାଧିକାର ଦିଆଯିବ । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ବଜେଟ ଆଗତ କଲା ବେଳେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଯୁବ ଉଦ୍ୟୋଗୀ ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୃଷି ଷ୍ଟାର୍ଟ ଅପ ଗୁଡିକୁ ପ୍ରୋତ୍ସାହିତ କରିବାକୁ କୃଷି ତ୍ବରକ କୋଷ ସ୍ଥାପନା କରାଯିବ । ପଶୁପାଳନ, ଡାୟରୀ, ମତ୍ସ୍ୟପାଳନ ପାଇଁ ଧ୍ୟାନ ଦେଇ କୃଷି ଋଣ ଲକ୍ଷ୍ୟକୁ ବଢାଇ 20 ଲକ୍ଷ କୋଟି ଟଙ୍କା କରାଯିବ । ପିଲା ଓ କିଶୋର ମାନଙ୍କ ପାଇଁ ରାଷ୍ଟ୍ରୀୟ ଡିଜିଟାଲ ପୁସ୍ତକାଳୟ ପ୍ରତିଷ୍ଠା କରାଯିବ ।