
କେନ୍ଦ୍ରାପଡ଼ା – ଜିଲ୍ଲାର କେନ୍ଦ୍ରାପଡା ତହସିଲ୍ ଅଧିନ ଚାରିଗାଁ ଗ୍ରାମ ପଂଚାୟତର ଜୟକୃଷ୍ଣପୁର ଗ୍ରାମବାସୀମାନେ ଗାଁ ରାସ୍ତାରୁ ଜବରଦଖଲ ହଟାଇବା ପାଇଁ ଦାବି କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଏକ ଲିଖିତ ଦାବିପତ୍ର କେନ୍ଦ୍ରାପଡା ତହସିଲ୍ଦାରଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦିଆଯାଇଥିବା ଜଣାପଡିଛି । ସୁଯୋଗ ମୁତାବକ ଜୟକୃଷ୍ଣପୁର ଗ୍ରାମର ସର୍ବସାଧାରଣ ରାସ୍ତାକୁ ବିଭିନ୍ନ ବ୍ୟକ୍ତି ଜବରଦଖଲ କରି ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିବାରୁ ଅଗ୍ନିଶମଯାନ, ଆମ୍ବୁଲାନ୍ସ ଆଦି ଜରୁରୀକାଳୀନ ବାହାନ ଓ ସାମୁହିକ କାର୍ଯ୍ୟରେ ପୂଜା ପାର୍ବଣ ଉତ୍ସବ ସମୟରେ ଗ୍ରାମ୍ୟରାସ୍ତା ବ୍ୟବହାର କରିବା କଷ୍ଟକର ହୋଇପଡିଛି । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ସସ୍ମିତା ବେହେରା, ଲକ୍ଷ୍ମୀଧର ବାରିକ, କୁଳମଣୀ ମଲ୍ଲିକ, ନବଘନ ଦାସ, ସାବିତ୍ରୀ ବିଶ୍ୱାଳ, ସୁଧାଂଶୁବାଳା ସାହୁ, ରଶ୍ମିତା ବେହେରା, ଦେବକୀ ରାଉତ, କୁନିବାଳା ପରିଡା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ରାସ୍ତାକୁ ଜବରଦଖଲ ହଟାଇ ପ୍ରଶସ୍ତୀକରଣ କରିବା ପାଇଁ ଦାବି କରିଛନ୍ତି ।