କନ୍ଧମାଳ, କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରେସ୍ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେରେଡିର ବନିତା ଦିଗାଲ ବାକି ଟଙ୍କା ମାଗିବାରୁ ଥାନାରେ ଏତଲା ଦେଇ ମୋ ପୁଅକୁ ମିଥ୍ୟା କେସରେ ଫସାଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ବନିତାଙ୍କ କହିବା ଅନୁଯାୟୀ, ଆଜକୁ ଦୁଇ ବର୍ଷ ତଳେ ଧାର ଆକାରରେ ୩୦,୦୦୦/- ନେଇଥିଲେ ବଳରାମ ଦିଗାଲ। ତାଙ୍କର ଅସୁବିଧାର କାରଣ ଦର୍ଶାଇ ଠକୁଥିଲେ ଏବଂ ଧରାଛୁଆଁ ଦେଉ ନଥିଲେ। ଗତ ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ମୋର ପୁଅ ସୌମ୍ୟରଞ୍ଜନ ଦିଗାଲ ଏବଂ ପୁତୁରା ପ୍ରବିଣ ଦିଗାଲ ବଳରାମ ଦିଗାଲ ଘରକୁ ଯାଇ ଧାର ନେଇଥିବା ଟଙ୍କା ମାଗିବାରୁ ବଳରାମଙ୍କ ସ୍ତ୍ରୀ ଘରୁ ବାହାରି ଆସି ମୋ ସ୍ଵାମୀଙ୍କୁ କାହିଁକି ଡାକୁଛ ବୋଲି କହିଥିଲେ। ବଳରାମ ଘରୁ ବାହାରି ଆସି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ମୋ ପୁଅ ଆଉ ପୁତୁରା ଭାଇ ବାକି ଟଙ୍କାଟା ଫେରସ୍ତ କରୁ ନାହାନ୍ତି କାହିଁକି ? କହିବାରୁ ବଳରାମ ଘର ଭିତରକୁ ଯାଇ ଲୁହା ରଡ଼ ଧରି ଆସି ମାରିବାକୁ ଚେଷ୍ଟା କରିବାରୁ ଆମେ ଜୀବନ ବିକଳରେ ସେଠାରୁ ପଳାଇ ଆସିଲୁ । ଆସିବା ସମୟରେ ଆମକୁ ନମାରି ପାରିବାରୁ ମୋ ପୁଅ ଓ ପୁତୁରା ନାମରେ ତା ସ୍ତ୍ରୀକୁ ଦୁଷ୍କର୍ମ କରିଥିବା କେସ ଦେଇ ଫସେଇବି ବୋଲି କହିଥିଲା ତେଣୁ ସେ ମିଛରେ ଥାନାରେ ଏତଲା ଦେଇଛି ବୋଲି କହିଛନ୍ତି। ଏଥି ସହିତ ଆଗରୁ ମଧ୍ୟ ବଳରାମଙ୍କ ନାମରେ ବିଗତ ଦିନରେ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା କଥା ମଧ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ହେଲେ ଆଗକୁ ପୋଲିସ ଏହାର ତଦନ୍ତ କରି କି ପଦକ୍ଷେପ ଗ୍ରହଣ କରିବ ତାହା ସମୟ କହିବ।