
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ
ରବିବାର ଦିନ ଓଡିଶା ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ଗୁଳି ମାଡ଼ କରିଥିଲେ |ଗୁରୁତର ଅବସ୍ଥାରେ ତାଙ୍କୁ ଏୟାର ଲିପ୍ଟ କରାଯାଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ଆଣିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା |ଏଭଳି ଅଭାବନୀୟ ଘଟଣାର ସ୍ୱଚ୍ଛ ତଦନ୍ତ ହେବା ସହିତ ସିବି ଆଇ ତଦନ୍ତ ଦାବୀ କରିଛନ୍ତି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ |ନିଜର ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି |ସେ ନିଜ ବାର୍ତ୍ତା ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଯେ ରକ୍ଷକ ଆଜି ଭକ୍ଷକ ସାଜିଛି ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ପୋଲିସ ବିଭାଗ ଆସୁଥିବାରୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେନା ତରଫରୁ ଆବାହକ ଶ୍ରୀପଟ୍ଟନାୟକ କହିଛନ୍ତି ଏବଂ ସିବି ଆଇ ତଦନ୍ତ ଦାବୀ କରିଛନ୍ତି |