
ପାରଳାଖେମୁଣ୍ଡି – ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଗଜପତି ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ତିନିଦିନିଆ ଯୁବ ନେତୃତ୍ୱ ଓ ଗୋଷ୍ଠି ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ୪୦ଜଣ ସନ୍ଦିଗ୍ଧ ନିକଟସ୍ଥ ଗ୍ରାମକୁ ଯାଇ ରକ୍ତଦାନ କରିବାକୁ ଗ୍ରାମବାସୀଙ୍କୁ ପ୍ରବର୍ତାଇଥିଲେ । ତତସହିତ ରକ୍ତଦାନ କରିଲେ କେଉଁପ୍ରକାର ସୁବିଧା ସୁଯୋଗ ମିଳିଥାଏ ତା’ ଉପରେ ଆଲୋକପାତ କରିଥିଲେ । ତତସହିତ ଏଚଆଇଭି ଏବଂ ଏଡସ ଉପରେ ଲୋକମାନଙ୍କୁ ଅବଗତ କରାଇଥିଲେ । ପରବର୍ତି ସମୟରେ ଶ୍ରୀ କିଶୋର ଚନ୍ଦ୍ର ନାୟକ ବ୍ୟାଙ୍କର ଆବଶ୍ୟକତା ଏବଂ କାର୍ଯ୍ୟକଳାପ ଉପରେ ଆଲୋକପାତ କରିବା ସହ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ ଫାୟାର ସେପ୍ଟି ଉପରେ, ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଚାଇଲ୍ଡ ପ୍ରୋଟେକ୍ସନ ଉପରେ, ଶ୍ରୀ ଦେବବ୍ରତ ଆଚାର୍ଯ୍ୟ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଏଲଏସଇ ଏବଂ ଶ୍ରୀ ଶ୍ରୀରାମ ଚନ୍ଦ୍ର ସାହୁ, ଡେପୁଟି ବ୍ରାଂଚ ମ୍ୟାନେଜର, ଡିଜିଟାଲ ବ୍ୟାଙ୍କିଙ୍କ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଶ୍ରୀ ବିଜୟ କୁମାର ମହାପାତ୍ର, ଜିଲ୍ଲା ଯୁବ ସଂଯୋଜକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା ।