ଗଞ୍ଜାମ, ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ଟିପିଏସଓଡିଏଲ କର୍ପୋରେଟ ଅଫିସ ର ବରିଷ୍ଠ ଜେନେରାଲ ମ୍ୟାନେଜର(ଜିଏମ) ପ୍ରମୋଦ କୁମାର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଏହି ଚଢ଼ଉ ହୋଇଛି । ପ୍ରମୋଦଙ୍କ ବ୍ରହ୍ମପୁର କୋର୍ଟପେଟା ସ୍ଥିତ କାର୍ଯ୍ୟାଳୟ, ବ୍ରହ୍ମପୁର ସହର ସିଦ୍ଧାର୍ଥ ନଗର ପ୍ରଥମ ଲେନ୍ ରେ ଥିବା ତିନି ମହଲା ବିଶିଷ୍ଟ ଘର ସମେତ ପୁରୀ ଓ ଗଞ୍ଜାମର ଏକକାଳୀନ ୧୦ଟି ସ୍ଥାନରେ ଏହି ଚଢ଼ଉ ହୋଇଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ଏହି ଚଢ଼ଉରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି ଓ ୧୨ ଜଣ ଇନ୍ସପେକ୍ଟର ସାମିଲ୍ ରହିଛନ୍ତି ।