ମାଲକାନଗିରି – ମାଲକାନଗିରି ଦୁର୍ଗାଗୁଡ଼ି ସାହିର ଅଧିବାସୀ ପ୍ରଦୀପ କୁମାର ବେହେରା କିସ୍ତି ଜମି ତାଙ୍କ ନାମରେ କିଣିଥିଲେ, ଯାହାର ପଟ୍ଟା ମଧ୍ୟ ତାଙ୍କ ନାମରେ ହୋଇସାରିଛି ଏବଂ ନିୟମିତ ଖଜଣା ମଧ୍ୟ ଦେଇ ଆସୁଛନ୍ତି । କିନ୍ତୁ ତାଙ୍କର ପଡ଼ୋଶୀ ତାଙ୍କ ଜମିର କିଛି ଅଂଶ ଉପରେ ଘର କରିସାରିଛନ୍ତି । ଏହାର ସମାଧାନ ନିମନ୍ତେ ପ୍ରଦୀପ ବାରମ୍ବାର ତାଙ୍କୁ ପଡ଼ୋଶୀଙ୍କୁ କହିବା ସତ୍ୱେ ଏହାର ସମାଧାନ ହୋଇ ପାରୁନଥିଲା ତେଣୁ ଏହାର ସମାଧାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଫିସରେ ଦରଖାସ୍ତ ଦେଇଥିଲେ । ସଚିବ ଶ୍ରୀ ଅମରେଶ ନାୟକ ପଡ଼ୋଶୀଙ୍କୁ ଡକାଇ ଏହାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାରେ ସମର୍ଥ ହେଲେ, ଯାହା ଫଳରେ ଆବେଦନକାରୀ ପ୍ରଦୀପ ବେହେରା ବହୁଦିନର ସମସ୍ୟା ସମାଧାନ ହୋଇପାରିଥିବାରୁ ଆଶ୍ୱସ୍ତ ହୋଇ ଜିଲ୍ଲା ଆଇନସେବା ପ୍ରାଧିକରଣ, ମାଲକାନଗିରିକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ମାଲକାନଗିରିସ୍ଥିତ ବିଜୟ ମହାରଣା ଏବଂ ଅନ୍ୟ ଜଣେ ତାଙ୍କର ବନ୍ଧୁ ଜମି କିଣିବା ବାବଦର ଚମ୍ପାକକାରୀର ଗୁପ୍ତେଶ୍ୱର ଖିଲଙ୍କୁ ଅଗ୍ରୀମ ଭାବେ ମୋଟ ୧୦୫୦୦୦ ଟଙ୍କା ଦେଇଥିଲେ, କିନ୍ତୁ ଗୁପ୍ତେଶ୍ୱର ଖିଲ ସେମାନଙ୍କ ନାମରେ ଜମି ରେଜିଷ୍ଟ୍ରେସନ କରୁନାହାନ୍ତି କିମ୍ବା ସେହି ବାବଦରେ ଅଗ୍ରୀମ ନେଇଥିବା ଟଙ୍କା ମଧ୍ୟ ଫେରାଉ ନାହାନ୍ତି ସେଥିରେ ନିରାଶ ହୋଇ ଉଭୟ ଆବେଦନକାରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଫିସରେ ଦରଖାସ୍ତ ଦେଇ ଏହାର ସମାଧାନ କରିବା ପାଇ ଅନୁରୋଧ କରିଥିଲେ ସଚିବ ଶ୍ରୀ ଅମରେଶ ନାୟକ ଅପର ପକ୍ଷଙ୍କୁ ଡକାଇ, ଉଭୟଙ୍କ ମଧ୍ୟରେ ଆଲୋଚନା କରିବାରେ ଅପର ପକ୍ଷ ସେ ନେଇଥିବା ୧୦୫୦୦ ଟଙ୍କା ନେଇଥିବା ରାଜିହେଲେ ଏବଂ ତାଙ୍କ ପକ୍ଷର ଜମି ନେଇ ସେ ଟଙ୍କା ଫେରାଇ ଦେବାକୁ ରାଜିହେଲେ । ଉଭୟ ଆବେଦନକାରୀ ମୂଳ ଟଙ୍କା ସହ କିଛି ଅଧିକ ଟଙ୍କା ସୁଧ ବାବଦରେ ଦେବା ପାଇଁ ଅନୁରୋଧ କଲେ ଯାହା ଫଳରେ ଅପରପକ୍ଷ ଗୁପ୍ତେଶ୍ୱର ଖିଲଲ ମୋଟ ଟଙ୍କା ୧୨୦୦୦୦/- ଫେରାଇବା ପାଇଁ ରାଜି ହୋଇ ୧୦୦୦୦ ଟଙ୍କା ଦେଇଦେଲେ ଓ ବଳକା ଟଙ୍କା ଦୁଇ ମାସ ଭିତରେ ଆବେଦନକାରୀଙ୍କୁ ଫେରାଇଦେବା କଥା କହିଥିଲେ, ଏହିପରି ଭାବେ ଉଭୟ ଆବେଦନକାରୀ ତାଙ୍କର ଟଙ୍କା ଫେରି ପାଇବାରେ ସମର୍ଥ ହେଲେ ।
ମାଲକାନଗିରି ସ୍ଥିତ ଏମଭି-୧୧୧ ଗ୍ରାମରେ ସୁନିତା ଭୂୟାଁ ଏମଭି-୩୪ ଗ୍ରାମର ଆଶୁ ଭୂୟାଁଙ୍କୁ ଗତ ୧୧ବର୍ଷ ତଳେ ବିବାହ ହୋଇଛନ୍ତି, ସେମାନଙ୍କର ଛୁଆ ନଥିବା ଯୋଗୁଁ, ଆଶୁ ଭୂୟାଁ ଏବଂ ତାଙ୍କର ମା ଆବେଦନକାରୀଙ୍କ ଗର୍ଭଧାରଣ କ୍ଷମତା ଉପରେ ସନ୍ଦେହ କରି ସୁନିତାକୁ(ଆବେଦନକାରୀ)ଙ୍କୁ ବହୁତ ନିର୍ଯାତନ ଦେଉଥିଲେ । ସେ ତାଙ୍କ ସ୍ତ୍ରୀ ସୁନିତାକୁ କଟକ ନେଇ ସେଠାରେ ଡକ୍ଟର ପରୀକ୍ଷା କରାଇଥିଲେ ଆବେଦନକାରୀଙ୍କ କୌଣସି ଅସୁବିଧା ନଥିବା ସତ୍ୱେ ତାଙ୍କ ସ୍ୱାମୀ ଆଶୁ ତାଙ୍କୁ ମାଲକାନଗିରି ଆଣି କୋର୍ଟ ପାଖରେ ଛାଡ଼ିଦେଇ ପଳାଇଥିଲେ ଏବଂ ନିଜେ ଅନ୍ୟ ଜଣେ ଝିଅକୁ ବିବାହ ହେବାକୁ ପ୍ରସ୍ତୁତ କରୁଛନ୍ତି ବୋଲି ଆବେଦନକାରୀ ଜାଣିବା ପରେ ସୁନିତା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଫିସରେ ସମସ୍ତ ଘଟଣା ସଚିବ ଶ୍ରୀ ଅମରେଶ ନାୟକଙ୍କୁ ଜଣାଇଥିଲେ ଯାହାଫଳରେ ତାଙ୍କ ସ୍ୱାମୀ ଆଶୁ ଭୂୟାଁଙ୍କୁ ଓ ଶାଶୁ ଗେଟରୀ ଭୂୟାଁଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଫିସ୍କୁ ଡକାଇ ଆପୋଷ ଆଲୋଚନା ମାଧ୍ୟମରେ ବିଷୟଟିର ସମାଧାନ କରିବା ଫଳରେ ଆଶୁ ଭୂୟାଁ ତାଙ୍କର ଭୁଲ୍ ବୁଝିପାରି ସୁନିତାଙ୍କୁ ତାଙ୍କ ଘରକୁ ନେଇଗଲେ, ଏହାଦ୍ୱାରା ଏକ ପାରିବାରିକ ବିବାଦ ତୁଟିପାରିଛି ।
Related Stories
November 24, 2024
November 24, 2024