
ମାଲକାନଗିରି, ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା। କିନ୍ତୁ, ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି। ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହେବା ପରେ ଏହାର ଉତ୍ତର ମାଲକାନଗିରି ଜିଲ୍ଲାର କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ସରୋଜ ମାଲୁ ନାମକ ଶିକ୍ଷକ ଏହି ଉତ୍ତର ଲେଖି ପ୍ରଦାନ କରିଥିବାରୁ ମାଲକାନଗିରି ପୋଲିସ ସରୋଜଙ୍କୁ ଗିରଫ କରିଛି। ଗୁଜରାଟ ପଞ୍ଚାୟତ ବିଭାଗ ତରଫରୁ କନିଷ୍ଠ କିରାଣୀ ପାଇଁ ରାଜ୍ୟରୁ ୯ ଲକ୍ଷ ୫୩ ହଜାର ପିଲା ମାତ୍ର ୧୧୮୧ ଟି ପୋଷ୍ଟ ପାଇଁ ନାମ ପଞ୍ଜିକରଣ କରିଥିଲେ। ରାଜ୍ୟର ୨୯୯୫ଟି ସେଣ୍ଟରରେ ଏହି ପରୀକ୍ଷା ହେବାର ଥିଲା। କିନ୍ତୁ, ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା।