କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ମହାତ୍ମା ଗାନ୍ଧୀ ଙ୍କ ଦେଶ ଓ ଜାତି ପାଇଁ ବଳିଦାନ ଦେଶ ସବୁଦିନ ମନେରଖିବ |ଜାତି ଧର୍ମ ବର୍ଣ୍ଣ ରୁ ଉର୍ଦ୍ଧ ରେ ରହି ସ୍ୱରାଜ୍ୟ ଓ ଆତ୍ମନିର୍ଭର ଶିଳ ନୀତି ରେ ଭାରତ ବର୍ଷର ସ୍ବପ୍ନ କୁ ଦେଖିଥିବା ବାପୁଜୀଙ୍କୁ ଉଗ୍ର ସାମ୍ପ୍ରଦାୟିକ ଶକ୍ତି RSS ଅସହିଷ୍ଣୁ ହୋଇ ତାଙ୍କୁ ହତ୍ୟା କଲା |ସେଇ ଦଳ ଆଜି ଶାସନ କ୍ଷମତା ରେ ରହି ଆମ ସମ୍ବିଧାନ କୁ ଗଣତନ୍ତ୍ର କୁ ହତ୍ୟା କରିବା ପାଇଁ ସୁପରିକଳ୍ପିତ ସଡ଼ଯନ୍ତ୍ର କରୁଛି ବୋଲି ବକ୍ତା ମାନେ କହିଛନ୍ତି | ପୁରୀର ବଡ଼ଶଙ୍ଖ ଠାରେ ଏକ ସଭା ଶରତ କୁମାର ରାୟଗୁରୁ ଙ୍କ ସଂଚାଳନାରେ ହୋଇଥିଲା |ଏଥିରେ ଜଗନାଥ ଦେଓ, ପୁଷ୍କର ମହାପାତ୍ର, ବୀରେନ୍ଦ୍ର ହୋତା, ମୋହନ ନାଇଡୁ, ଗୋବିନ୍ଦ ନାୟକ, ସୂର୍ଯ୍ୟ ରଥ, ବିଦୁଲତା ଆଚାର୍ଯ୍ୟ, ସୁରେନ୍ଦ୍ର ତପସୁ, ଟୁନା ନାୟକ,ମାନସ ଦଳବେହେରା, ରାକ୍ଷୀ ସ୍ୱାଇଁ,ହରି ସେନାପତି, ପ୍ରତାପ ଚିନାରା, ବିମଳ ମାନସିଂ,ଲକ୍ଷ୍ମୀକାନ୍ତ ଦାସ,କିଶୋର ମହାନ୍ତି ପ୍ରମୁଖ ବକ୍ତ୍ୟବ୍ୟ ରଖିଥିଲେ |ସେମାନେ କହିଲେ ଯେ ଦେଶ କୁ ଫସିବାଦୀ ବିଜେପି କବଳରୁ ମୁକ୍ତନ କଲେ ଆମ ସମ୍ବିଧାନ କୁ ବଦଳାଇ ଦେଶକୁ ଭୟଙ୍କର ବିପଦ ଭିତରକୁ ନେଇଯିବେ ଓ ଆମ ସମ୍ପଦ କୁ ଦେଶୀ ବିଦେଶୀ ପୁଞ୍ଜିପତି ହାତରେ ସମର୍ପି ଦେବେ |ତେଣୁ ଦେଶ ବାସି ଏକ ହୋଇ ଦେଶ କୁ ସମ୍ବିଧାନ କୁ ଗଣତନ୍ତ୍ର କୁ ବଞ୍ଚାଇବା ପାଇଁ ଏକ ଜୁଟ ହେବାକୁ ଆହ୍ୱାନ ଦେଇଥିଲେ |
Related Stories
November 25, 2024