ସ୍ଥାନୀୟ ସଂସ୍କୃତି ଭବନଠାରେ ଭାରତ ସରକାରଙ୍କ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ମିଳିତ ଭାବରେ ଦୟାଜ୍ୟୋତି କଳା ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସାଂପ୍ରତିକ ପରିସ୍ଥିତିରେ ନବୋଲ୍ଲାସ ଭାବାବେଶ ସୃଷ୍ଟି କରିବା ସହ ସଂପ୍ରଦାୟିକତା ଏବଂ ଆଚଂଳିକତା ଭାବର ଉର୍ଦ୍ଧ୍ବରେ ରହି ଏକ ସୁସ୍ଥ ସମାଜ
ଗଠନ କରିବା ଉଦ୍ଦେଶ୍ୟରେ ପ୍ରବୀଣ କଳାକାରମାନେ ଓଡିଶୀ ନୃତ୍ୟ, ଲୋକନୃତ୍ୟ, ରାସଲୀଲା,ମଙ୍ଗଳାଚରଣ ଏବଂ ଦଶ ଅବତାର ଖୁବ୍ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧୂକାରୀ ଶ୍ରୀ ହେମନ୍ତ ବେହେରା ଏବଂ ନିମନ୍ତ୍ରିତ ଅତିଥି ଭାବେ ଓଡିଶୀ ନୃତ୍ୟଗୁରୁ ନାରାୟଣ ପାଣ୍ଡେ ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନରେ ଏହି ପ୍ରକାର ଲୋକାଭିମୁଖୀ ସାଂସ୍କୃତିକ କାର୍ଯ୍ୟକ୍ରମ ଜନମାନସରେ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ମାନବିକ
ମୂଲ୍ୟବୋଧର ଉତ୍ଥାନରେ ସହାୟକ ହେବ ବୋଲି ମତପୋଷଣ କରିଥିଲେ। ଏହି ପ୍ରକାର ଭାରତୀୟ କଳା ସଂସ୍କୃତି ଅଭିବୃଦ୍ଧି ଏବଂ ପ୍ରସାର କାର୍ଯ୍ୟକ୍ରମ ଭୂୟିୟସୀ ପ୍ରଶଂସା କରି ସାମ୍ପ୍ରତିକ ପରିସ୍ଥିତିରେ ଏହି ପ୍ରକାର ସାକାରମ୍ଭିକ କାର୍ଯ୍ୟକ୍ରମ ସମାଜରେ ସାଂସ୍କୃତିକ ଐକ୍ୟ, ଏକତା,ଅଖଣ୍ଡତା ଏବଂ ମୈତ୍ରୀଭାବ ପ୍ରତିଷ୍ଠା କରିବାରେ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ମତ ପୋଷଣ କରିଥିଲେ ।
Related Stories
November 25, 2024