
ନୂଆଦିଲ୍ଲୀ, ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଂଜଳି ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ – ମୁଁ ବାପୁଙ୍କୁ ତାଙ୍କ ପୁଣ୍ୟ ତିଥିରେ ନମନ କରୁଛି ଓ ତାଙ୍କ ଗଭୀର ବିଚାରକୁ ସ୍ମରଣ କରୁଛି । ରାଷ୍ଟ୍ର ସେବାରେ ବଳିଦାନ ଦେଇଥିବା ସମସ୍ତଙ୍କୁ ମୁଁ ଶ୍ରଦ୍ଧାଂଜଳି ଜଣାଇଛି । ସେମାନଙ୍କର ବଳିଦାନକୁ କେବେ ହେଲେ ଭୁଲା ଯାଇ ପାରିବ ନାହିଁ । ବିକଶିତ ଭାରତ ପାଇଁ କାମ କରିବାକୁ ଆମର ସଂକଳ୍ପକୁ ଶକ୍ତିଶାଳୀ କରୁଥିବେ ।