-
ହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ହେଉ
ଭୁବନେଶ୍ୱର,ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ଟାର୍ଗେଟ କରିଛି । କଂଗ୍ରେସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଇସ୍ତଫା ଦାବି କରିଛି ।
କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ବିପର୍ଯ୍ୟସ୍ତ ହୋଇ ପଡିଛି । ଗୃହ ବିଭାଗର ଦାୟିତ୍ୱରେ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଉଚିତ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ମନ୍ତ୍ରୀଙ୍କୁ ପୋଲିସ ମାରିଛି । ତେଣୁ ପୋଲିସ କିଭଳି ତଦନ୍ତ କରିବ ବୋଲି ସେ ପ୍ରଶ୍ନ କରିଛି । ମାମଲାର ବିଚାର ବିଭାଗୀୟ ତଦନ୍ତ ହେଉ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । ଏହି ଘଟଣା ପଛରେ କିଛି ଷଡ଼ଯନ୍ତ୍ର ଥିବା ମଧ୍ୟ ସେ ଆଶଙ୍କା ପ୍ରକାଶ କରିଛନ୍ତି ।