
ସୁନ୍ଦରଗଡ଼,ପୋଲିସ ଏଏସଆଇଙ୍କ ଗୁଳିରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି ରାଜ୍ୟ କ୍ରାଇମବ୍ରାଂଚ । ଆଜି ତଦନ୍ତର ଦ୍ଵିତୀୟ ଦିନରେ ସୁନ୍ଦରଗଡ଼ ରିଜର୍ଭ ଲାଇନରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଜେରା କରୁଛନ୍ତି କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା ଓ ଉତରାଚଂଳ ଆଇଜି ଦୀପକ କୁମାର । ଏହା ପରେ ସର୍କିଟ ହାଉସରେ କ୍ରାଇମବ୍ରାଂଚର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।
ପ୍ରକାଶ ଥାଉକି, ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଗତକାଲି ମଧ୍ୟାହ୍ନରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା । ତେବେ କଣ ପାଇଁ ଏଏସଆଇ ମନ୍ତ୍ରୀଙ୍କୁ ଗୁଳି କଲେ । ସେନେଇ ଛାନଭିନ୍ ଜାରୀ ରଖିଛି କ୍ରାଇମବ୍ରାଂଚ ।