
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀକ୍ଷେତ୍ର ପୁରୀ ଠାରେ ମାନବାଧିକାର ସୁରକ୍ଷା ସଂଘ ର ଏକ ଭବ୍ୟ ସାଂଗଠନିକ କାର୍ଯ୍ୟକ୍ରମ “ସମୃଦ୍ଧି ୨୦୨୩”ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ କଲେଜ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ କାନାଡା ବ୍ୟାଙ୍କ୍ ର ଜାତୀୟ ନିର୍ଦ୍ଦେଶକ ଦିବାକର ପ୍ରସାଦ ହରିଚନ୍ଦନ,ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,ମୁଖ୍ୟ ବକ୍ତା ଭାବେ ମାନବାଧିକାର ସୁରକ୍ଷା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ହାରିତ୍ ହରିଶଚନ୍ଦ୍ର,ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ କନୱାର ବିଶାଲ ସିଂ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଜୟଶ୍ରୀ ମହାପାତ୍ର, ମଧ୍ୟପ୍ରଦେଶ ରାଜ୍ୟ ଅଧ୍ୟକ୍ଷ ସତିଶ ଗାଙ୍ଗଲେ,ରାଜସ୍ଥାନ ଅଧ୍ୟକ୍ଷ ବିକ୍ରମ ସୋଲାଙ୍କି,ସମାଜସେବୀ ପ୍ରଶାନ୍ତ ତ୍ରିପାଠୀ,ଟ୍ରାଫିକ ଡିଏସପି ମୌନାବ୍ରତା ଶତପଥୀ ଏବଂ ମାନବାଧିକାର ସୁରକ୍ଷା ସଂଘର ଅଧ୍ୟକ୍ଷ ପ୍ରିୟ ପ୍ରସାଦ ମିଶ୍ର ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଅତିଥି ମାନେ ନିଜ ଅଭିଭାଷଣରେ ଦେଶର ସୁରକ୍ଷା ଏବଂ ସମୃଦ୍ଧି ଉପରେ ଆଲୋକପାତ କରିଥିଲେ ।ମାନବାଧିକାର ସୁରକ୍ଷା ସଂଘର ଅଧ୍ୟକ୍ଷ ପ୍ରିୟ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ବ ରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିବା ବେଳେ ସଂଘର ସଦସ୍ୟ ବିକାଶ ସେଠୀ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।