
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ହକି ଆମ ଦେଶର ଜାତୀୟ ଖେଳ ଅଟେ। ଆଉ ପୁରୁଷ ହକି ବିଶ୍ୱକପ ଆମ ରାଜ୍ୟ ଓଡ଼ିଶାରେ ଆୟୋଜନ ହେଉଥିବାରୁ ଆମ୍ଭେମାନେ ଗର୍ବିତ ଅଟୁ। ଏହି ପରିସ୍ଥିତି ମଧ୍ୟରେ ପୁରୀ ବସଷ୍ଟାଣ୍ଡ ପରିସରରେ ଯାତ୍ରୀ , ପର୍ଯ୍ୟଟକ ଓ କର୍ମଚାରୀ ମାନଙ୍କୁ ନେଇ ହକିର ଉତ୍ସାହ ଦେଖିବାକୁ ମିଳିଥିଲା। ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍ ର ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତରେ ଏହାକୁ ଆୟୋଜନ କରାଯାଇଥିଲା। ଏଥିରେ ବୟସ୍କ, ମହିଳା, ଯୁବକ ତଥା ଛୋଟପିଲାମାନେ ଭାଗନେଇ ମଜା ନେଇଥିଲେ। ଲକ୍ଷ୍ୟ ସ୍ଥଳରେ ହକି ଷ୍ଟିକ ଯୋଗେ ବଲକୁ ପହଞ୍ଚାଇ ବିଜେତା ମାନେ ପୁରସ୍କାର ଜିତିଥିଲେ। ନବରଙ୍ଗପୁରରୁ ଆସିଥିବା ଯାତ୍ରୀ କୁହନ୍ତି ଆମେ ଅନେକ ଥର ବସଷ୍ଟାଣ୍ଡ ଆସିଛୁ କିନ୍ତୁ ଆଜିର ହକି ଅନୁଭବ ଆମ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଭରିଦେଇଛି। ଆମେ ହକି ଖେଳରେ ଭାଗ ନେଇ ବିଜେତା ମଧ୍ୟ ହେଇଛୁ। ଆମ ସହିତ ଆସିଥିବା ଅନେକ ଯାତ୍ରୀମାନେ ମଧ୍ୟ ଏହାର ମଜା ନେଇଛନ୍ତି। ପୂର୍ବ ଅପେକ୍ଷା ପୁରୀ ବସଷ୍ଟାଣ୍ଡରେ ଅନେକ ଉନ୍ନତିମୂଳକ ପରିବର୍ତ୍ତନ ଆସିଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ସହିତ ସ୍ୱେଚ୍ଛାସେବୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରିଥିଲେ ଯାତ୍ରୀ । ଆଟାର ସଭାପତି ବିସ୍ମୟ ମିଶ୍ର କୁହନ୍ତି ” ଆମ ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀ କିପରି ଏକ ସକାରାତ୍ମକ ଅନୁଭବ ନେଇକରି ଫେରିବେ ତାହା ଆମ ସମସ୍ତଙ୍କର ଦାୟିତ୍ୱ ମଧ୍ୟ ଅଟେ। ସମସ୍ତେ ଏକାଠି ଚେଷ୍ଟା କରିଲେ ଏହା ସମ୍ଭବ ହୋଇପାରିବ ବୋଲି ଶ୍ରୀମିଶ୍ର କହିଛନ୍ତି |