
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଅୱାଡି ଓ ଓଡ଼ିଶାର ସୁନାମ ଧନ୍ୟା ମଞ୍ଚ ଅଭିନେତ୍ରୀ ତଥା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କର ରବିବାର ସକାଳ 10 ଘଟିକା ସମୟରେ 66 ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି।ମାତ୍ର ୯ବର୍ଷ ବୟସରୁ ଏକ କୁଳୀନ ବ୍ରାହ୍ମଣ ପରିବାରରୁ ଆସି ଅନ୍ନପୂର୍ଣ୍ଣା ଥିଏଟର ରେ ଯୋଗଦେଇ ଲକ୍ଷ୍ମୀପ୍ରିୟା ସେ ସମୟରେ ଏକା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଅନ୍ନପୂର୍ଣ୍ଣା ଥିଏଟର ର ଜଣେ ଆଗଧାଡିର ଅଭିନେତ୍ରୀ ଭାବରେ ତାଙ୍କର ଅବଦାନ ଉଲ୍ଲେଖନୀୟ ।
ଗଣେଶ ପଟ୍ଟନାୟକ, ରବି ତ୍ରିପାଠୀ, ବିକ୍ରମ ସାହୁ, ରାମକୃଷ୍ଣ ମହାପାତ୍ର, ବିରଞ୍ଚି ଜଗଦେବ, ଉମା ସାହା, ସୁରେନ୍ଦ୍ର ନାୟକ,ଲଷ୍ମୀଧର ମଲିକ, ସମୀର୍ ଶତପଥୀ, ଦେବାଶିଷ ସିଂ ଅନ୍ନପୂର୍ଣ୍ଣା ପରିବାର ର ସମସ୍ତ ସଦସ୍ୟ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ |ତାଙ୍କ ଝିଅ ନିଳୀମା ମିଶ୍ର ମୁଖାଗ୍ନି ଦେଇଥିଲେ | ପୁରୀ ଆର୍ଟିଷ୍ଟ ଆଶ୍ସୋସିଏସନ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା |