କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀ ବକ୍ସିଂ ଏକାଡେମୀ ତରଫରୁ ସ୍ଥାନୀୟ ନିୟୁ ସବୁଜ ମଣ୍ଡପ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି। ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୩ ରେ ରାଜ୍ୟର ଏକମାତ୍ର ମୁଷ୍ଟିଯୋଦ୍ଧା ଭାବେ ଅଂଶଗ୍ରହଣ କରିବାକୁ ଯାଉଥିବା ଗୋପୀନାଥ ଗୋଚ୍ଛିକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
ଏଥି ସହ ମାନସ ଜେନା, ଅକ୍ଷୟ ନାୟକ, ଦୀପକ କୁମାର ପରିଡା, ସ୍ମାରକ ରଞ୍ଜନ ସାହୁ, ସୁବ୍ରତ ପ୍ରଧାନ, କରିସନ୍ତ ମୂର୍ତି, ଓମ ପ୍ରକାଶ ସେନାପତି, ତେଲି ଜଗଦୀଶ, ସଂକେତ ଦାସ, ସନ୍ତୋଷ ଭୋଇ, ଜୟ ପ୍ରକାଶ ସେନାପତି, ଗୌରବ ଦାସ, ଲିଜ଼ା ପରିଡା, ରାକ୍ଷୀ ସ୍ୱାଇଁ, ରୋଜାଲିନ ଗିରି, କବିତା ଗୁରୁ, ବର୍ଷାରାଣୀ ଜେନା, ଭବାନୀ ବାରିକ, ସୁନିତା ଜେନା, ପ୍ରତାପ ନାୟକ, ଚନ୍ଦନ ଥାପ୍ପା, ଜନ୍ମଜୟ ନାୟକ, ରଶ୍ମି ରଞ୍ଜନ ମାଇତି, ଦୀପାଲ ମହାରଣା, ବି ପ୍ରବୀଣ ରାଓ, ବିଷ୍ଣୁ ଦାସ, ସୋହନ କୁମାର ଦାସ, ଅଂଶୁ ନାୟକ, ଲୋକନାଥ ବେହେରା, ପ୍ରକାଶ ବାନାର୍ଜୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
ଏହି ଖେଳାଳି ମାନେ ୨୦୨୨ ରେ ଅନୁଷ୍ଠିତ ବିଭିନ୍ନ ବର୍ଗ ଯଥା ଜାତୀୟ ସିନିଅର ପୁରୁଷ ଓ ମହିଳା, ୩୬ ତମ ନାସନାଲ ଗେମ୍ସ , ସର୍ବ ଭାରତୀୟ ବିଶ୍ୱବିଦ୍ୟାଳୟ ପୁରୁଷ ଓ ମହିଳା ,ସର୍ବ ଭାରତୀୟ ବାଳକ ଜୁନିଅର ଓ ସବ୍ ଜୁନିଅର ଓ ସର୍ବ ଭାରତୀୟ ଯୁବ ବାଳକ ଓ ବାଳିକା ମୁଷ୍ଟିଯୋଦ୍ଧ ପ୍ରତିଯୋଗିତାରେ ରାଜ୍ୟ ତରଫରୁ ଅଂଶଗ୍ରହଣ କରିଛନ୍ତି।
କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସଂଗଠକ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ବଡିବିଲ୍ଡର ଅନୀଲ ଗୋଚ୍ଛିକାର , ପ୍ରଫେସର ଦେବପ୍ରସାଦ ଦାସ ,ହରିହର କର, ପ୍ରଫୁଲ ମିଶ୍ର, ରବିନାରାୟଣ ମିଶ୍ର, ନିରଞ୍ଜନ ମିଶ୍ର , ଗୋପାଳ ଚନ୍ଦ୍ର ପରିଡା , ଲଲାଟେନ୍ଦୁ ସ୍ୱାଇଁ, ପ୍ରଶାନ୍ତ କୁମାର ମହାନ୍ତି, ଜିତେନ୍ଦ୍ର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।