ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି କମଳୁ ହନ୍ତାଳଙ୍କ ନେତୃତ୍ବରେ ଗତକାଲି ଦୋରାଗୁଡା ଗ୍ରାମପଞ୍ଚାୟତର ରାଜିବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମଗୁଡିକ ଲୋକଙ୍କ ପାଖରେ କେମିତି ପହଞ୍ଚିବ, ଜନପ୍ରତିନିଧି ଓ ଜନତାଙ୍କ ସହଯୋଗରେ ପ୍ରଶାସନ ଦୃତ ଗତିରେ ଜନସାଧାରଣଙ୍କ ପାଖରେ ସେବା ପହଞ୍ଚାଇ ପାରିବ ସେହି ଉପରେ ଆଲୋଚନା ହୋଇଥିଲା।
ଏଥିରେ ପଣସପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ, ଗୁଣ୍ଠାବାଡା ସରପଞ୍ଚ ତ୍ରୀନାଥ କିର୍ସାନି, ପାପୁଲୁର ସରପଞ୍ଚ ସନ୍ୟା ଗୋଲରୀ, ବଡ଼ପଡା ସରପଞ୍ଚ ନିଲୁ ଖିଲ, ରାଲେଗାଡା ସରପଞ୍ଚ କମଳୁ ହନ୍ତାଳ, ଦୋରାଗୁଡା ସରପଞ୍ଚ ଭଗବତୀ ନାୟକ, ନୂଆଗୁଡା ସରପଞ୍ଚ ଶଶି ଖିଲ, ଧୂଳିପୁଟ ସରପଞ୍ଚ ସୁକଦେବ ବୁରୁଡି, ବଡ଼ପଦର ସରପଞ୍ଚ ସପନା ଖିଲ, ଅଣ୍ଡରାପଲ୍ଲୀ ସରପଞ୍ଚ ପରିମା ଶିଶା, ଟନେଲ କ୍ୟାମ୍ପ ସରପଞ୍ଚ ସୀତାମା ମୁଦୁଲି ଓ କପାତୁଟି ସରପଞ୍ଚ ଶୁକ୍ରି ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ ।