ଭୁବନେଶ୍ୱର – ମିଶନ ଶକ୍ତି ସ୍ୱୟଂ ସହାୟକ ଗୋÂୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ନିମନ୍ତେ ମିଶନ ଶକ୍ତି ନିଦେ୍ର୍ଧଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଆସନ୍ତାକାଲି ଠାରୁ (ଗୁରୁବାର) ପ୍ରଥମ ମିଶନ ଶକ୍ତି ମେଳା ଉଦଘାଟନ ହେବ ।
୧୬ ତାରିଖ ପର୍ଯ୍ୟନ୍ତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ମିଶନ ଶକ୍ତି ମେଳାକୁ ବିଭାଗୀୟ ମନ୍ତୀ ଶ୍ରୀମତୀ ଟୁକୁନି ସାହୁ ଉଦଘାଟନ କରିବେ । ଏହି ମେଳାରେ ୨୦୦ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରକାର ହସ୍ତତନ୍ତ ହସ୍ତଶିଳ୍ପ ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଏବଂ ବିକ୍ରୟ କରାଯିବ । ମହିଳା ସ୍ୱୟଂ ସହାୟକ ଗୋÂୀ ଏବଂ ଉପôାଦକ ଗୋÂୀମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ଏହି ମିଶନ ଶକ୍ତି ମେଳା ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରଚେଷ୍ଟା । ଭୁବନେଶ୍ୱର ଭଳି ସହରାଂଚଳର ଲୋକମାନଙ୍କ ପାଇଁ ମହିଳା ସ୍ୱୟଂ ସହାୟକ ଗୋÂୀମାନଙ୍କ ଦ୍ୱାରା ପ୍ରସ୍ତୁତ ଅନନ୍ୟ ତଥା ବିଭିନ୍ନ ପଦାର୍ଥ ବିଷୟରେ ସୂଚନା ଦେବା ଏବଂ ଏହାକୁ ଉପଲବ୍ଧ କରାଇବା ଏହି ମେଳାର ଉଦେ୍ଧଶ୍ୟ । ଏହା ଗ୍ରାମ ଓ ସହରାଂଚଳର ମହିଳା ଉପôାଦକ ଗୋÂୀମାନଙ୍କ ଦ୍ୱାରା ଉପôାଦିତ ପଦାର୍ତର ପ୍ରଦର୍ଶନ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ଖାଉଟିମାନଙ୍କର ପ୍ରାଥମିକତା ଆଧାରରେ ପଦାର୍ଥଗୁଡ଼ିକର ମାନ ବୃଦ୍ଧି କରାଇବାରେ ବିଶେଷ ସହାୟକ ହେବ ।