ଝାରସୁଗୁଡ଼ା, ବ୍ରଜରାଜନଗର ଗାନ୍ଧି ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଛି ଗୁଳିମାଡ଼ । ତାଙ୍କ ଛାତିରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଏୟାର ଲିଫ୍ଟ କରି ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ନେବାକୁ ବ୍ୟବସ୍ଥା କରାଯାଉଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ତାଙ୍କ ଉପରେ ଅତର୍କିତ ଗୁଳିମାଡ଼ ହୋଇଛି । ଏହି ଗୁଳି ମାଡରେ ତାଙ୍କ ସହିତ ଥିବା ଅନ୍ୟ ଜଣେ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।
ଏଏସଆଇ ଗୋପାଳ ଦାଶ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଥିବା ବ୍ରଜରାଜନଗର ଏସଡ଼ିପିଓ ଗୁପ୍ତେଶ୍ଵର ଭୋଇ ସୂଚନା ଦେଇଛନ୍ତି । ଘଟଣାରେ ସମ୍ପୃକ୍ତ ଏଏସଆଇଙ୍କୁ ଗିରଫ କରାଯିବା ସହ ଏନେଇ ଅଧିକ ପଚରା ଉଚୁରା ଜାରୀ ରହିଥିବା ଏସଡ଼ିପିଓ ଶ୍ରୀ ଭୋଇ କହିଛନ୍ତି ।