ବଲାଙ୍ଗିର, ଆଜି ସକାଳେ ବେଲପଡ଼ା ବ୍ଲକ ସରମୁହାଣ ପଂଚାୟତ ଅନ୍ତର୍ଗତ ଅଇଲା ଭଟ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପେଟରେ ବର୍ଚ୍ଛା ପଶି ଜଣେ ବାଳକ ଗୁରୁତର ହୋଇଛି।
ସୂଚନା ଯୋଗ୍ୟ ଯେ, ରାଜୁ ଥାନାପତି (୧୬) ଆଜି ସକାଳୁ ଛେଳି ଚରେଇବା ପାଇଁ ନିଜ ଗାଁ ଜମି ପଟେ ଯାଉଥିଲେ । ଏହି ସମୟରେ ଏକ ବର୍ଚ୍ଛା ତାଙ୍କ ପେଟରେ ପଶି ଯାଇଛି । ଉକ୍ତ ଘଟଣା ଜାଣିବା ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗୁରୁତର ଥିବା ନାବାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ବେଲପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। କିନ୍ତୁ ହସ୍ପିଟାଲରେ କୌଣସି ମୌଳିକ ସୁବିଧା ନ ଥିବା ଯୋଗୁଁ ସଙ୍ଗେ ସଙ୍ଗେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଯାଇଛି।