କନ୍ଧମାଳ, କିଟ୍ ଓ କିସ୍ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଅବସରରେ ଫୁଲବାଣୀ ଠାରେ ଆଜି ସକାଳୁ ବିଭିନ୍ନ ସ୍କୁଲ ପିଲାଙ୍କୁ ନେଇ ମିନି ମାରାଥନର ଆୟୋଜନ କରାଯାଇଥିଲା। କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ମୁଖ୍ୟ ଜିଲ୍ଲା ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ବିଶ୍ଵରଞ୍ଜନ ନାୟକ ଓ ଜିଲ୍ଲା ଖେଳ ଅଧିକାରୀ ବିପିନ ନାୟକ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀମାନେ କନ୍ଧମାଳ ଷ୍ଟାଡିଅମରୁ ମିନି ମାରାଥନରେ ବାହାରି ଏଫସିଆଇ ଛକ, ଗାନ୍ଧୀ ଛକ ଦେଇ କରନେସନ ପଡିଆରେ ପହଂଚିଥିଲେ। ସେଠାରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଶୀର୍ଷକ ବୈଠକରେ ଯୋଗଦେଇ ଥିଲେ। ସେଠାରେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ, ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଓ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଯୋଗଦେଇ ଥିଲେ।
କିଟ୍ ଓ କିସ୍ ର କନ୍ଧମାଳ ଜିଲ୍ଲା ଆସିଷ୍ଟାଣ୍ଟ ସିଇଓ ଭାଗିରଥି ସେଠୀ ପ୍ରାରମ୍ଭିକ ଭାଷଣ ଦେଇ ଆଜିର କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ।