
ମାଲକାନଗିରି,କୁଡୁମୁଲୁଗୁମ୍ମା ବୃହଦାକାର ସମବାୟ ସମିତିର ବୈଠକ ଗୃହରେ ଏକ ଉଚ୍ଚ ସ୍ତରୀୟ ସମିକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟପୁର ସ୍ଥିତ କେସିସି ବ୍ୟାଙ୍କ ର ଲୋନ୍ ପ୍ରବନ୍ଧକ ଅରୁଣ କୁମାର ସାହୁଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଅଧିକାରୀ ଦଳ ଉପସ୍ଥିତ ରହି ସମିକ୍ଷା କରିଥିଲେ । ଉକ୍ତ ଅଧିକାରୀ ମାନଙ୍କ ମଧ୍ୟରେ ଜୟପୁର ସଦର ବ୍ୟାଙ୍କ ର ଶାଖା ପରିଚାଳକ ଅତୁଲ୍ୟ ମଲ୍ଲିକ, ଜୟପୁର ସଦର କେସିସି ଦପ୍ତରର ସହକାରୀ ପରିଚାଳକ ଅଶୋକ କୁମାର ରଥ, କାଲିମେଳା ବ୍ୟାଙ୍କ ର ଶାଖା ପରିଚାଳକ ଗୋଲଖ ବିହାରୀ ପାଇକରାୟ, କୁଡୁମୁଲୁଗୁମ୍ମା ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ଲ୍ୟାମ୍ପ ପରିଚାଳକ ରମେଶ ଚନ୍ଦ୍ର ରାଉତ ଓ ଲ୍ୟାମ୍ପ ନିର୍ଦ୍ଦେଶକ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷିତ ବିନା ସୁଧରେ ଏକ ଲକ୍ଷ ପର୍ଯ୍ୟନ୍ତ ଚାଷଋଣ ସହାୟତା, ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ଋଣ ପ୍ରଦାନର ସମିକ୍ଷା ସହ ଲ୍ୟାମ୍ପ କାର୍ଯ୍ୟାଳୟରେ ଲାଗିଥିବା କମ୍ପ୍ୟୁଟରାଇଜେସନ୍ ବ୍ୟବସ୍ଥା ବିଷୟରେ ଅନୁଧ୍ୟାନ କରିଥିଲେ।