
ମାଲକାନଗିରି, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା ପଞ୍ଚାୟତ ସିନ୍ଧିଗୁଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଶୀ ବିଶ୍ଵନାଥ ସୁନାମୁଦିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଖଇରପୁଟ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଜନ ବେହେରା, ପୁଷପଲ୍ଲୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ ବାଗଚୀ, ସହକାରୀ ଶିକ୍ଷକ ରାମଚନ୍ଦ୍ର ଗୁଡ଼ିଆ, ଶିକ୍ଷକ ବିଜୟ କୁମାର ଦାସ, ସମାଜସେବୀ ଭଗବାନ ସାହୁ, ଗଣେଶ ଦାସ, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମନ୍ଧ କୁଆସି ପ୍ରମୁଖ ଉପସ୍ଥିତ ଥିଲେ।
ସର୍ବ ପ୍ରଥମେ ଠାକୁରଙ୍କ ଜଗନ୍ନାଥଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅତିଥି ମାନେ ବିଶେଷ କରି ରାଜ୍ୟ ଓ ଦେଶରେ ଚାଲିଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାରତୀୟ ମାନଙ୍କ ଉଲ୍ଲେଖନୀୟ ଯୋଗଦାନ ଓ ସଫଳତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଏବଂ ଓଡ଼ିଶାରେ ଚାଲିଥିବା ବର୍ତ୍ତମାନ ବିଶ୍ଵକପ୍ ହକି ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଏହାପରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସିନ୍ଧିଗୁଡା ଆଶ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା, ଯାହାକୁ ସମସ୍ତେ ମନଭରି ଉପଭୋଗ କରିଥିଲେ।