ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର ତଳସାହିରେ ଗତ ଡିସେମ୍ବରରେ ଘଟିଥିବା ଚୋରି ଘଟଣାରେ ପୋଲିସ ଚୋରି ଅଳଙ୍କାର ଓ ଟଙ୍କା ଜବତ କରିବା ସହ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମର କେ. ରାଜେଶ, ପାଟପୁର ଥାନା ଅଧିନ ଡ଼େଙ୍ଗାଳିଆ ଗ୍ରାମର ଜିତୁ ପାତ୍ର, ଭୁବନେଶ୍ଵର ନିଳାଦ୍ରିବିହାରର ସୁଜନ ପ୍ରଧାନ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଥଖଣ୍ଡି ଗ୍ରାମର ମିଥୁନ ନାୟକ । ଏଥିସହ ଚୋରି ଅଳଙ୍କାର କିଣିଥିବା ଆସିକା ଥାନା ସୁବର୍ଣ୍ଣପେଟା ସାହିର ଏ. ବାବୁ ଆଚାରୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ଚୋରି ହୋଇଥିବା ୧୬୨ ଗ୍ରାମ୍ ସୁନା ଅଳଙ୍କାରକୁ ଜବତ ବେଳେ ଚୋରି ହୋଇଥିବା ପ୍ରାୟ ୮ ଲକ୍ଷ ଟଙ୍କାର ସାମଗ୍ରୀ ଉଦ୍ଧାର ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ତଳସାହିର କାଳୁ ପ୍ରଧାନ ତାଙ୍କ ନାତୁଣୀର ବିବାହ ପାଇଁ ନଗଦ ଟଙ୍କା ଓ ଗହଣା ଘରେ ରଖିଥିଲେ । ଗତ ଡିସେମ୍ବର ୨୨ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଘରେ ପଶି ନଗଦ ୧୦ ଲକ୍ଷ ଟଙ୍କା ସହ ୨୦ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ ।