କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଗୁରୁବାର ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାରୁତି ନଗର ପୁରୀର ଜନରାଜ୍ୟ ଦିବସ, ସରସ୍ବତୀ ପୂଜା,ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପ୍ରଫେସର ଡ଼ଃ ମହେଶ୍ୱର ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହ କୁନିକୁନି ଶିଶୁ ଭାଇଭଉଣୀ ମାନଙ୍କୁ ଦେଶ ସେବାରେ ନିଜକୁ ବ୍ରତୀ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ତତପରେ ମା ସରସ୍ବତୀଙ୍କ ପୂଜାର୍ଚ୍ଚନା ହୋଇଥିଲା।
ମଧ୍ୟାହ୍ନରେ ମାତୃ ସମ୍ମୀଳନୀରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୂର୍ବତନ ବରିଷ୍ଠ ଆଚାର୍ଯ୍ୟା ସ୍ନେହଲତା ମିଶ୍ର ମୂଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ଶିଶୁକୁ ଗଢିବାରେ ମାଆର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥିଭାବେ ସାହିତ୍ୟିକ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ଓ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମୁଦୁଲି ଶିଶୁ ଭାଇଭଉଣୀ ମାନଙ୍କୁ ପ୍ରଥମରୁ ସଂସ୍କାରିତ କରି ଗଢି ନ ତୋଳିଲେ ଆମ ଚତୁଃପାର୍ଶ୍ଵରେ ବୃଦ୍ଧା ଶ୍ରମ ଅଧିକରୁ ଅଧିକ ନିର୍ମାଣ ହେବ ନାହିଁ ଓ ଶିଶୁ ବିଦ୍ୟା ମନ୍ଦିରର କ୍ରମବିକାଶ କିପରି ବଢ଼ି ଚାଲିଛି ତାକୁ ଦର୍ଶାଇ ଥିଲେ। ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ମାଆ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିବା ମାଆମାନଙ୍କୁ ମୂଖ୍ୟ ଅତିଥି ଶ୍ରୀମତୀ ମିଶ୍ର ସମ୍ମାନିତ କରିଥିଲେ। ଆଚାର୍ଯ୍ୟା ସୁଶ୍ରୀ ରଶ୍ମିତା ସାମନ୍ତରାୟ ଙ୍କ ତତ୍ବାବଧାନରେ ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Related Stories
November 23, 2024