
-
ଭିତରଛ ମଧୁସୂଦନଙ୍କ ସ୍ମୃତିରେ ବସନ୍ତ ଉତ୍ସବ,
-
ଡକ୍ଟର କନୱର ବିଶାଳ ସିଂହଙ୍କ ସମେତ ସାତଜଣ ସମ୍ବର୍ଦ୍ଧିତ,
ସେବା ଓ ସମର୍ପଣ ର ପ୍ରତୀକ ଭାବେ ଭିତରଛ ମଧୁସୂଦନ ମହାପାତ୍ର ଚୀରକାଳ ସ୍ମରଣ ରହିବେ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଳ ସିଂହ ।ଭିତରଛ ମଧୁସୂଦନଙ୍କ ଏକାଦଶତମ ସ୍ମୃତି ସମାରୋହ ଉପଲକ୍ଷେ ସିଂହଦ୍ବାର ନିକଟରେ ଆୟୋଜିତ ବସନ୍ତ ଉତ୍ସବ କୁ ଉଦଘାଟନ କରି ଡ଼ଃ ବିଶାଳ ସିଂହ,ଶ୍ରୀମନ୍ଦିରର ରୀତି-ନୀତି ପରିଚାଳନା ରେ ସେବାୟତ ମାନଙ୍କ ସହଯୋଗ ଉଲ୍ଲେଖ କରିବା ସହ ସେବାରେ ସମର୍ପଣ ଭାବ ରହିଲେ ଈଶ୍ଵର ଖୁସି ହୁଅନ୍ତି ବୋଲି ଅଭିହିତ କରିଥିଲେ।ଝାଞ୍ଜପିଟା ମଠର ମଠାଧୀଶ ସଚ୍ଚିଦାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କମିଟି ସଭ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ସ୍ମୃତି ପରିଷଦ ସଂପାଦକ-ଜଗନ୍ନାଥ ପୂଜାପଣ୍ଡା ସାମନ୍ତ, ହରେକୃଷ୍ଣ ମହାପାତ୍ର ଓ ହରିହର ପୂଜାପଣ୍ଡା ସାମନ୍ତ ପରିଚାଳନା କରିଥିଲେ। ଗାଳ୍ପିକ ତଥା ଗୀତିକାର ବଦ୍ରି ମିଶ୍ରଙ୍କ ସଂଯୋଜନା ରେ ଏହି ଉତ୍ସବରେ ରାଜ୍ୟପାଳ ପଦକ ଲାଭ କରିଥିବା ପୁରୀର ଆରକ୍ଷୀ ଅଧିକ୍ଷକ ଡକ୍ଟର କନୱର ବିଶାଳ ସିଂହ,ଜୀୟରସ୍ବାମୀ ମଠର ସନ୍ଥ ସୁଦର୍ଶନ ଦାସଜୀ ମହାରାଜ, ସେବାୟତ ସତ୍ୟନାରାୟଣ ପୂଜାପଣ୍ଡା ସାମନ୍ତ, ଲକ୍ଷ୍ମୀନାରାୟଣ ପୁଷ୍ପାଳକ,ଗରାବଡୁ ସେବକ ରବି ଖୁଣ୍ଟିଆ,ଗଵେଷିକା ତଥା ପ୍ରବଚିକା ନିର୍ମଳା ଫତେସିଂହ, ସଫଳ ସଂସ୍କୃତ ବିଦ୍ୟାର୍ଥୀ ବିଶ୍ଵପ୍ରକାଶ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସକାଳୁ ନଗର କୀର୍ତ୍ତନ ପରେ ପୁରୀ ହସ୍ପିଟାଲ ରେ ଏଡିଏମ୍ ପ୍ରଣବ ଦାସଙ୍କ ସହଯୋଗରେ ସୁପ୍ରଭା ନାୟକ ଓ କର୍ମଚାରୀମାନେ ରୋଗୀମାନଙ୍କୁ ଫଳବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସେବାୟତ ବିଶ୍ଵନାଥ ସାମନ୍ତରା,ଚନ୍ଦ୍ରମାଧବ ପୂଜାପଣ୍ଡା, ମଧୁସୂଦନ ଖୁଣ୍ଟିଆ,ଚନ୍ଦନ ଦିକ୍ଷୀତ ପ୍ରମୁଖ ସହଯୋଗ କରିଥିବା ବେଳେ,ସେବାୟତ ରାମଚନ୍ଦ୍ର ଦାସମହାପାତ୍ର, ପରିଚାଳନା କମିଟି ସଭ୍ୟ ଅନନ୍ତ ତିଆଡି,ମାଧଵ ମହାପାତ୍ର,ମଣ୍ଟୁ ସିଂହାରୀ,ରଜତ ପ୍ରତିହାରୀ, ଗୌରହରି ପ୍ରଧାନ, ହେମନ୍ତ ଛୋଟରାୟ ପ୍ରମୁଖ ମଞ୍ଚାସୀନ ଥିଲେ।