
ପୁରୀ, ଜଣେ ବ୍ୟକ୍ତି ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ମହିଷାକୁଦ ନିକଟ କୁଦ ଉପରେ ପ୍ରାୟ ୧୦ ଫୁଟ ଲମ୍ବର ଏକ କୁମ୍ଭୀର ଦେଖିବାକୁ ପାଇଛନ୍ତି । ସେ ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଭୟଭିତ ହୋଇପଡିଛନ୍ତି ।