
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାର ପୂର୍ବତନ ବିଜେଡି କୃଷକ ସଭାପତି ତଥା ଭୁତିଆରବାହାଲ ସମିତି ସଭ୍ୟ, ଜଣାଶୁଣା ବିଜେଡି ନେତା ଶ୍ରୀବତ୍ସ ସାହୁଙ୍କ ଦେହାନ୍ତ ହୋଇଯାଇଛି । ଜଣେ ଲୋକପ୍ରିୟ ଜନ ପ୍ରତିନିଧି ଭାବରେ ସେ ବଲାଙ୍ଗିର ଜିଲ୍ଲାରେ ବେଶ୍ ସୁନାମ ଅର୍ଜନ କରିଥିଲେ । ତାଙ୍କ ଦେହାନ୍ତରେ ସାରା ବଲାଙ୍ଗିର ଜିଲ୍ଲାରେ ଓ ବିଜେଡି ମହଲରେ ଶୋକର ଛାୟା ଖେଳିଯାଇଛି ।