ବଲାଙ୍ଗିର,ଆଜି ସକାଳେ ନିଜ ଘରେ ନିଆଁ ପୋଉଁ ଥିବା ବେଳେ ନିଆଁ ସଂସ୍ପର୍ଶରେ ଆସି ଜଣେ ୭୦ ବର୍ଷିୟା ବୃଦ୍ଧା ପୋଡ଼ି ଯାଇ ଗୁରୁତର ହୋଇଥିବା ଜଣାଯାଇଛି। ପ୍ରଥମେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ପରେ ବୁର୍ଲାକୁ ସ୍ଥାନାନ୍ତରଣ କରାଯାଇଛି। ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଳକ ଡେଙ୍ଗ ଗାଁ ରେ।
ଆଜି ସକାଳେ କ୍ଷୀର ରଣା (୭୦) ନାମକ ଏହି ମହିଳା ନିଆଁ ପୋଉଁ ଥିବା ସମୟରେ ହଠାତ୍ ନିଆଁ ଦେହରେ ଲାଗି ଯାଇଥିଲା। ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲକୁ ଅଣାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।