ଧର୍ମଶାଳା,ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଭାରତ ଯୋଡ ଯାତ୍ରା ଚାଲୁ ରହିଛି । ଏହି କ୍ରମରେ ଯାଜପୁର ଜିଲା ଧର୍ମଶାଳା ଜାତୀୟ କଂଗ୍ରେସ ପକ୍ଷରୁ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଛି । ଧର୍ମଶାଳା କଂଗ୍ରେସର ବରିଷ୍ଠ ନେତା କିଶାନ ପଣ୍ଡାଙ୍କ ନେତୃତ୍ଵରେ କାର୍ଯ୍ୟକ୍ରମରେ କଂଗ୍ରେସ ପର୍ଯ୍ୟବେକ୍ଷକ ତଥା ଜିଲା ଓବିସି ସଭାପତି ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ । ଏହି ଯାତ୍ରା ଜାରକାସ୍ଥିତ ଗୋପବନ୍ଧୁ ଛକ ନିକଟରୁ ଆରମ୍ଭ ହୋଇଛି । ପ୍ରଥମେ କଂଗ୍ରେସ କର୍ମୀମାନେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ପଂଚାୟତ ପରିକ୍ରମା କରିଥିଲା । ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସମ୍ପର୍କ ବଢାଇବା ଏହାର ମୂଳ ଲକ୍ଷ । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ ଗୋଟି ପଂଚାୟତକୁ ଭାରତ ଯୋଡ ଯାତ୍ରା କରାଯିବାର ଲକ୍ଷ ରହିଥିବା ବେଳେ ଧର୍ମଶାଳାରେ ପ୍ରଚାର ପ୍ରସାର କରି ଉଭୟ ବିଜେଡି ଓ ବିଜେପି ଲୁଟ କରି ଚାଲିଛନ୍ତି । ସେମାନଙ୍କ ଦୁର୍ନିତିକୁ ଲୋକଙ୍କ ନିକଟରେ ପଂହଚାଇବା ଏହି ଭାରତ ଯୋଡ ଯାତ୍ରାର ମୂଳ ଲକ୍ଷ ରହିଛି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ କୃଷକ ନେତା ବସନ୍ତ ପରିଡାଙ୍କ ସମେତ ଆଗଧାଡିର ବହୁ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ ।