ଧର୍ମଶାଳା, ପୁରପଲ୍ଲୀରେ ପାଳିତ ହୋଇଛି ୭୪ତମ ଗଣତନ୍ତ୍ର ଦିବସ । ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଏହି ଦିବସ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ବିଶେଷ କରି ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦେଇ ପରିବେଶକୁ ସୁସ୍ଥ ଓ ସରସ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳନ୍ତରାୟଙ୍କ ପରାମର୍ଶ କ୍ରମେ ସାଧାରଣତନ୍ତ୍ର ଦିବସ ପାଳନ କରିବା ସହିତ ଜାରକା ବଜାରକୁ ସଫେଇ କରାଯାଇଛି । ଧର୍ମଶାଳା ବିଜୁ ଯୁବ ଜନତା ଦଳର ସଭାପତି କ୍ଷିତିଶ ନାୟକଙ୍କ ତତ୍ଵାବଧାନରେ ଏହି ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ସମସ୍ତ କର୍ମକର୍ତା, ଯୁବ କର୍ମୀ ଏକ ହୋଇ ଜାରକାସ୍ଥିତ ବ୍ଲକ ପଂଚାୟତ ସମତି କାର୍ଯ୍ୟାଳୟ, ଜାରକା ବଜାରର ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ସଫେଇ କରାଯାଇଥିଲା । କୁଢ କୁଢ ମହଜୁଦ ରହିଥିବା ମଇଳାକୁ ସଫେଇ କରାଯାଇଥିଲା । ପରେ ଏହି ସବୁ ସ୍ଥାନରେ ବ୍ଲିଚିଙ୍ଗ ପାଉଡର ପକାଯାଇଥିଲା । ଏବଂ ପରିବେଶକୁ ସୁସ୍ଥ ରଖିବାକୁ ଯୁବ ଜନତା ଦଳ ସଙ୍କଳ୍ପ ନେଇଥିଲେ । ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଜଣାପଡିଛି ।
Related Stories
November 22, 2024