ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ଓ କେନ୍ଦ୍ର ସରକାର ଅନୁସୂଚିତ ଜନଜାତି ବର୍ଗର ବିରୋଧୀ ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । 169ଟି କମ୍ୟୁନିଟି କୁ ଅନୁସୂଚିତ ଜନଜାତି ବର୍ଗର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ବାରମ୍ବାର ଅନୁରୋଧ କରୁଥିଲେ ସୁଦ୍ଧା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ବିଜେଡି କହିଛି .
ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ ଓ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟ ସରକାର ଜନଜାତି ବର୍ଗର ଲୋକ ମାନଙ୍କ ପାଇଁ ସବୁ କିଛି କରୁଛନ୍ତି । 169 କମ୍ୟୁନିଟି କୁ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଙ୍କୁ ପ୍ରସ୍ତାବ ପଠାଇଥିବା ବେଳେ କେନ୍ଦ୍ର ଅବହେଳା କରୁଛି । ଏନେଇ ସରକାର ବାରମ୍ବାର ଚିଠି ଲେଖିବା ସତ୍ୱେ ଏମାନଂକୁ ଜନଜାତି ମାନ୍ୟତା ମିଳୁନି.। ଆମ ପାଖରେ ଜମି ଖଣ୍ଡେ ନାହିଁ ।
ସେ କହିଛନ୍ତି ଯେ 16 ସେପ୍ଟେମ୍ବର 22 ରେ ଆଦିବାସୀ ମନ୍ତ୍ରାଳୟ କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥଲେ ବି କେନ୍ଦ୍ରସରକାର ଆମକୁ ମାନ୍ୟତା ଦେଉନାହାନ୍ତି. । ସେ କହିଛନ୍ତି ଯେ ଜନଜାତୀୟଲୋକ ମାନଙ୍କୁ ଅଣ ଦେଖା କରାଯାଉଛି । ଭାରତ ବର୍ଷ ରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ କିନ୍ତୁ କେନ୍ଦସରକାର ପାଖରେ କ୍ଷମତା ଥିଲେ ବି ଆମକୁ ମାନ୍ୟତା ମିଳୁନି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଓଡିଶାରେ ଆଦିବାସୀଙ୍କ ବୈପ୍ଲବିକ ପରିବର୍ତନ ଆସିଛି । ସମାଜ ର ମୁଖ୍ୟ ଧାରା ରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଆସିଛନ୍ତି । ସେ କହିଛନ୍ତି ଯେ 5 ଲକ୍ଷ ଆଦିବାସୀ ଛାତ୍ରୀ ଙ୍କୁ ହଷ୍ଟେଲ ସ୍କୁଲ ରେ ପାଠ ପଢ଼ାଇବା ସରକାର ଙ୍କ ବଡ଼ ସଫଳତା । ହେଲେ ବିଜେପି ଆଦିବାସୀ ବିରୋଧୀ ମାନସିକତା ସମସ୍ତ ଆଦିବାସୀ ସମାଜ କୁ ଆଘାତ ଦେଇଛି । ଆଦିବାସୀ ସମସ୍ତ ସୁବିଧା ପାଇବେ ରାଜ୍ୟ ସରକାର ଚେଷ୍ଟା କରୁଥିବା ବେଳେ ବିଜେପି ଓ କେନ୍ଦ୍ର ସରକାର ଆଦିବାସୀ ସମାଜ କୁ ଯେଉଁ ଅଣଦେଖା କରୁଛି । ତେଣୁ ଆଗାମୀ ଦିନରେ ଆଦିବାସୀ ସମାଜ ଓ ବିଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।