ଭୁବନେଶ୍ୱରସ ,ରାଜ୍ୟରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଛି । ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ଧାନ କିଣାରେ ଅନିୟମିତତା ହେଉଛି । ଖୋଦ୍ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଚେଲା ଓ ଠିକାଦାର ମାନେ ଧାନ କିଣୁଛନ୍ତି । ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ ବିଜେପି ପକ୍ଷରୁ ଏହି ଅଭିଯୋଗ କରାଯାଉଛି । ଏହି ମାମଲାର ଉପଯୁକ୍ତ ତଦନ୍ତ କରିବାକୁ ପାର୍ଟୀ ଦାବି କରିଛି ।
ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରବକ୍ତା ମନୋଜ ମହାପାତ୍ର କହିଛନ୍ତି ଯେ ମିଳି ମିଶି ରେ ଧାନ କିଣାରେ କୋଟି କୋଟି ଟଙ୍କା ହଡ଼ପ ହେଉଛି । ବିଜୁ ଜନତା ଦଳ ହଜାରେ କୋଟି ଟଙ୍କା ମିଲର୍ସ ମାନଙ୍କ ଠାରୁ ପାର୍ଟି ଫଣ୍ଡ ଆଦାୟ କରୁଛି । ଶିବରାମ ପାତ୍ରଙ୍କ ଦଣ୍ଡକାଳୀ ରାଇସ ମିଲ ଏବଂ ମାଆ ଦକ୍ଷିଣକାଳୀ ମଡର୍ଣ୍ ରାଇସ ମିଲର ମାଲିକ ମାନେ କିଏ ? ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସହ ଏମାନଙ୍କ ସମ୍ପର୍କ କଣ ? ଏମାନେ ଗଞ୍ଜାମ ଜିଲ୍ଲାରେ ପିଡିଏସ ଚାଉଳ ଯୋଗାଣ କରନ୍ତି ବୋଲି ସେମାନେ କହିଛନ୍ତି।
ସେ କହିଛନ୍ତି ଯେ ରାଜ୍ୟ ସରକାର ଚାଷୀ ମାନଙ୍କ ଠାରୁ ଧାନ କିଣିବା ପାଇଁ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନେଲେ । ହେଲେ ଏଯାଏଁ ରାଜ୍ୟର ଅନେକ ସ୍ଥାନରେ ମଣ୍ଡି ଖୋଲି ପାରିଲା ନାହିଁ । ଯେଉଁ ସ୍ଥାନରେ ମଣ୍ଡି ଖୋଲିଲା ସେହି ସ୍ଥାନରେ ସଠିକ ବ୍ୟବସ୍ଥା ହୋଇନାହିଁ । ମଣ୍ଡିରେ ସିସି ଟିଭି ଲାଗିବା କଥା ତାହା ଲାଗିଲା ନାହିଁ, ମିଲର୍ସ ରହିବ କଥା ନୁହେଁ, କିନ୍ତୁ ମିଲର୍ସ ଙ୍କ ଉପସ୍ଥିତରେ ଧାନ କିଣା ଯାଉଛି । କୁଇଣ୍ଟାଲ ପିଛା ୫ରୁ ୭କେଜି କଟା ଯାଉଛି । ଧାନ କିଣା ଦୁର୍ନୀତିରେ ଯେଉଁ ସରକାରୀ ଅଫିସର ମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।