
ଭୁବନେଶ୍ୱର, ଅନୁସୂଚିତ ଜନଜାତି ବର୍ଗର ଲୋକ ମାନଙ୍କୁ ନେଇ ବିଜେଡି ଯେଉଁ ଅଭିଯୋଗ କରିଛି ତାହା ଭିତିହୀନ ବୋଲି କହିଛି ବିଜେପି । ବିଜେପିର ପ୍ରବକ୍ତା ଦିଲ୍ଲୀପ ମଲିକ ଏହା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ ଅନୁସୂଚିତ ଜନଜାତି ବର୍ଗରେ ନୂଆ ଜାତିକୁ ସାମିଲ କରିବାକୁ ନିର୍ଦିଷ୍ଟ ପ୍ରକ୍ରିୟା ରହିଛି । ସେହି ପ୍ରକ୍ରିୟାକୁ ରାଜ୍ୟ ସରକାର ଠିକ ଭାବରେ ପୁରା କରି ନାହାନ୍ତି। ଅନୁସୂଚୀତ ଜନଜାତି ତାଲିକାରେ କେଉଁମାନେ ତାଲିକାଭୁକ୍ତ ହେବେ। କେନ୍ଦ୍ରକୁ ଦୋଷ ଦେବା ବଦଳରେ ସେ ଦିଗରେ ରାଜ୍ୟ ସରକାରଙ୍କର ଯାହା ଯାହା ପ୍ରକ୍ରିୟା ରହିଛି। ରାଜନୀତି ନ କରି, ତାକୁ ଆଗ ପୁରା କରନ୍ତୁ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ପ୍ରଦୀପ ମାଝୀ ପୂର୍ବରୁ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀ ବିରୋଧୀ କହୁଥିଲେ । ଏବେ ତାଙ୍କର ଗୁଣଗାନ କରୁଛନ୍ତି। ପୂର୍ବରୁ ଦୋଷ କରୁଥିଲେ ଏବେ ସେକଥାକୁ ଦୋହରାଉ ନାହାନ୍ତି । ସେ କଥାର ସମାଧାନ ହେଲା କି ? ଯଦି ହେଇନାହିଁ। ତାହେଲେ କାହିଁକି ହୋଇନାହିଁ ତାର ଉତ୍ତର ପ୍ରଦୀପ ମାଝୀ ଦିଅନ୍ତୁ ବୋଲି ବିଜେପି ପ୍ରଶ୍ନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସମୟରେ ଆଦିବାସୀଙ୍କ କିଭଳି ବିକାଶ ହେବ, ସେନେଇ ପଦକ୍ଷେପ ନେଉଛନ୍ତି