କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସମାଜର ସାମଗ୍ରିକ ବିକାଶ ପାଇଁ ନାରୀ ସଶକ୍ତିକରଣର ଆବଶ୍ୟକତା ରହିଛି l ତେଣୁ ସେମାନଙ୍କୁ ବାଳିକା ଅବସ୍ଥା ରୁ ଶାରୀରିକ, ମାନସିକ, ଶୈକ୍ଷିକ ତଥା ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ କରିବା ଉଚିତ୍ l ଏହି ଲକ୍ଷ୍ୟ ନେଇ ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ସ୍ଥାନୀୟ ଜନ ମଙ୍ଗଳ ସମିତି ବଳିଆପଣ୍ଡା ଠାରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି l ସଭାପତି ସନ୍ତୋଷ ସେନାପତି ନିଜ ବକ୍ତବ୍ୟରେ ପୁଅ ଝିଅ ଭେଦଭାବ ବନ୍ଦ କରିବା ସହ ଝିଅ ମାନଙ୍କୁ ସମାଜର ଆଗ ଧାଡିରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ l ସମ୍ପାଦିକା ନିହାରିକା ତ୍ରିପାଠୀ ନିଜ ବ୍ୟକ୍ତିଗତ ଜୀବନରେ ଅନେକ ସ୍ଥାନରେ ବାଳିକା ମାନଙ୍କୁ ପରିବାର ଲୋକେ ପାଠପଢା ରେ ଅବହେଳା କରି ଖୁବ୍ କମ୍ ବୟସରେ ବିବାହ କରିବା ଯୋଗୁଁ ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ମତ ପୋଷଣ କରିଥିଲେ l ଏହି ଅବସରରେ କିଶୋରୀ ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳ ତଥା ଋତୁସ୍ରାବ ସମୟରେ ସ୍ଵଚ୍ଛତା କିପରି ରକ୍ଷା କରାଯାଇ ପାରିବ ତାହା ପରିବାରର ଅନ୍ୟ ସଦସ୍ୟ ମାନେ କହିଥିଲେ l କାର୍ଯ୍ୟକ୍ରମ ଶେଷରେ ମାଗଣାରେ ସାନିଟାରୀ ପ୍ୟାଡ ବିତରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ. ରଙ୍ଗଲତା ପଟ୍ଟନାୟକ, ଝାନ୍ସୀ ରାଣୀ ମିଶ୍ର, ଶିବ ନାରାୟଣ ଦାଶ,ମନୋଜ କୁମାର ମଣ୍ଡଳ, ରାମଚନ୍ଦ୍ର ବେହେରା, କାର୍ତ୍ତିକ ଦାସ ପ୍ରମୁଖ ସହଯୋଗ କରିଥିଲେ l
Related Stories
November 25, 2024