ଭୁବନେଶ୍ୱର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ ବିଜେପି ରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ତାଙ୍କ ପୁଅ ଶିଶିର ଗମାଙ୍ଗ ବି ବିଜେପି ଛାଡ଼ିଛନ୍ତି। ସେମାନେ ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ସେମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।
ଊଭୟ ନେତା ବିଜେପି ଛାଡ଼ିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା ଗଠିତ ନୂଆ ରାଜନୈତିକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗଦେଇ ପାରନ୍ତି ବୋଲି ଅନୁମାନ କରାଯଉଛି । ଉଭୟ କିଛି ଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ ।