ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଜଳ ଜୀବନ ମିଶନରେ 11 କୋଟି ନଳ ଜରିଆରେ ଜଳ କନେକ୍ସନର ଉପଲବ୍ଧିକୁ ପ୍ରଶଂସା କରିଛନ୍ତି । ଏହା ଦ୍ୱାରା ଲାଭାନ୍ୱିତ ହୋଇଥିବା ଲୋକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ମିଶନକୁ ସଫଳ କରିବାରେ ତୃଣମୂଳ ସ୍ତରରେ କାମ କରୁଥିବା ଲୋକ ମାନଙ୍କୁ ସେ ପ୍ରଶଂସା କରିଛନ୍ତି ।
କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଟ୍ୱିଟର ଉତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ – ଏକ ମହାନ ଉପଲବ୍ଧି, ଭାରତର ଲୋକ ମାନଙ୍କୁ ହର ଘର ଜଳ ସୁନିଶ୍ଚିତ କରିବାକୁ ତୃଣମୂଳ ସ୍ତରରେ କଭର କରିବାର ସଂକେତ । ଏହା ଦ୍ୱାରା ଲାଭାନ୍ୱିତ ହୋଇଥିବା ଲୋକ ମାନଙ୍କୁ ଅଭିନନ୍ଦନ । ଏହା ସହିତ ଏହି ମିଶନକୁ ସଫଳ କରିବାରେ ତୃଣମୂଳ ସ୍ତରରେ କାମ କରୁଥିବା ଲୋକ ମାନଙ୍କୁ ମଧ୍ୟ ଅଭିନନ୍ଦନ ।