ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ 10ଟାରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତହ ଅଲ ସିସିଙ୍କୁ ସ୍ୱାଗତ କରିଛନ୍ତି ।
ରାଷ୍ଟ୍ରପତି ଭବନ ଠାରେ ପହଂଚିବା ପରେ ରାଷ୍ଟ୍ରପତି ଅବଦେଲ ଫତହ ଅଲ ସିସିଙ୍କୁ ଗାର୍ଡ ଅଫ ଅନର ଦିଆଗଲା ଏଠାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ସହ ଆଲୋଚନା କରିଛନ୍ତି ।
ଏହା ପରେ ହାଇଦ୍ରାବାଦ ହାଉସରେ ରାଷ୍ଟ୍ରପତି ଅବଦେଲ ଫତହ ଅଲ ସିସି ପରସ୍ପର ସ୍ୱାର୍ଥ ସହ ଜଡିତ ଦ୍ୱିପାକ୍ଷିକ, କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଦ୍ୱିପାକ୍ଷିକ ବୈଠକ ଓ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତା ମଧ୍ୟ କରିବେ ।
ରାଷ୍ଟ୍ରପତି ସିସି 74 ତମ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ମଧ୍ୟ ହେବେ ।